କାନକୁଟ୍ରୁଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ କାନକୁଟ୍ରୁ ପଞ୍ଚାୟତରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ବନମାଳୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ବିଶିଷ୍ଟ ଅତିଥି ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ମୁଖ୍ୟବକ୍ତା ଜଗଦିଶ ବେନିଆଁ, ସମ୍ମାନିତ ଅତିଥି ମଙ୍ଗଳ ଅଧିକାରୀ ପଙ୍କଜ ବଳିଆର ସିଂ, ସମିତି ସଭ୍ୟ ମନୋହର ହରପାଳ, ନାଏବ ସରପଞ୍ଚ ସଂଯୁକ୍ତା ନାଗ, ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁ ମାଝୀ, ମିଶନ ଶକ୍ତି ଅଧିକାରୀ ସଞ୍ଜୀବ କହଁର, ସମାଜସେବୀ ହରିଶଙ୍କର ପାତ୍ର, ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ପ୍ରେସ କ୍ଲବ ସଭାପତି କୈଳାଶ ସାହୁ, ଉପସଭାପତି କ୍ଷମାନିଧି ମହାକୁଡ଼, ବନପାଳ ଚିନ୍ତାମଣି ମାଝୀ, ଦିବ୍ୟରଞ୍ଜନ ନାଏକ, ପୂର୍ବତନ ସରପଞ୍ଚ ମଧୁସୂଦନ ମାଝୀ, ଶିଶୁ ବିକାଶ ବିଭାଗ ମହିଳା ସୁପର ଭାଇଜର ଦ୍ରୌପଦୀ ମାଝୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସାଧୁରାମ ସାହୁ କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ସୁଶିଲ କୁମାର ବାଗ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ଷ୍ଟଲ ମାନ ଖୋଲାଯାଇ ଲୋକଙ୍କୁ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମକୁ ଗ୍ରାମ ରୋଜଗାର ସେବକ ଭଗବତ ପ୍ରସାଦ ସାହୁ, ଯୋଗାଣ ସହାୟକ ଦେବୀଲାଲ ସାହୁ, ଜିଓଟେଗର ଧିରେନ୍ଦ୍ର ବିଭାରଙ୍କ ସମେତ ଏମବିକେ, ସମସ୍ତ ସିଆରପି, ୱାଡ଼ ସଭ୍ୟ/ସଭ୍ୟା ଗାଁସାଥି, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ସମସ୍ତ ଅଞ୍ଚଳବାସୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.