ନର୍ଲା ଓ ମ.ରାମପୁର ହେଲା ଏନଏସି: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପୁଷ୍ପେନ୍ଦ୍ର ସିଂଦେଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସହରରେ ପରିବର୍ତ୍ତିତ ହେବ ନର୍ଲା ଓ ମଦନପୁର ରାମପୁର। ବଦଳିବ ଏହି ଦୁଇ ସ୍ଥାନର ରୂପରେଖ। ନର୍ଲା ଓ ମ.ରାମପୁର ହେଲା ଏନଏସି। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଖବର ଜଣାପଡ଼ିବା ପରେ ନର୍ଲା ଓ ମ.ରାମପୁର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ଏବେ ସାକର ହେବାକୁ ଯାଉଛି। ନର୍ଲା ଓ ମ.ରାମପୁରକୁ ଏନଏସି ମାନ୍ୟତା ପ୍ରଦାନ କରିଥିବାରୁ ଜନସାଧାରଣଙ୍କ ତରଫରୁ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହା ନର୍ଲା ଓ ମଦନପୁର ରାମପୁରବାସୀଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ଉପହାର ବୋଲି ଶ୍ରୀ ସିଂଦେଓ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.