ନର୍ଲା ବିଧାନ ସଭା ଆସନ ପାଇଁ ବିଜେପି ଖେଳିବ କି ଓବିସି କାର୍ଡ

ଓଡିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାନ ସଭା ଅଣ ସଂରକ୍ଷିତ ଆସନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀଙ୍କ ଭିଡ ଲାଗି ରହିଥିବା ବେଳେ ଖୁବଶିଘ୍ର ବିଜେଡ଼ି ଦଳର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି। କଳାହାଣ୍ଡି ଲୋକସଭା କ୍ଷେତ୍ରର ୭ ଗୋଟି ବିଧାନସଭା ଆସନ ମଧ୍ୟରୁ ନର୍ଲା ଓ ଖଡିଆଲ ପାଇଁ ବିଜେଡ଼ିର ପ୍ରାର୍ଥୀ ଘୋଷଣା ହୋଇନାହିଁ। ଏପଟେ ବିଜେପି ଓ କଂଗ୍ରସ ରାଜ୍ୟରେ ବିଧାନସଭା ପ୍ରାର୍ଥୀ ଘୋଷଣା କରିନାହାନ୍ତି।

Omkar Vasthu
Omkar Vasthu

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବୋଧେ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିପାରେ। ତେବେ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଲୋକସଭା ଆସନରେ ବିଜେପି ପ୍ରାର୍ଥି ଘୋଷଣା କରି ସାରିଛି। କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ଧର୍ମପତ୍ନୀ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପଛୁଆ ବର୍ଗର ନେତା ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରିଛି। କଳାହାଣ୍ଡିରେ ପଛୁଆ ବର୍ଗ ସମ୍ପ୍ରଦାୟର ଭୋଟ ହାର ଅଧିକ। ତେଣୁ ଏହାକୁ ଆଧାର କରି କଳାହାଣ୍ଡିରେ ଗଡ ବିଜୟର ଆଶା ରଖି ବିଜେଡି ଓବିସି କାର୍ଡ ଖେଳି ଥାଇପାରେ। ଏହାକୁ ଲକ୍ଷ୍ୟକରି ନର୍ଲା ବିଧାନସଭା କ୍ଷେତ୍ରରେ ବିଜେପି ମଧ୍ୟ ଓବିସି କାର୍ଡ ଖେଳିପାରେ ବୋଲି ଚର୍ଚ୍ଚା ଆଲୋଚନା ହେଉଛି।

Pearl dental clinic
Near Ashish Medical Store, Bhawanipatna

ବହୁ ଚର୍ଚ୍ଚିତ ନର୍ଲା ବିଧାନ ସଭା ଆସନ ପାଇଁ ବିଜେପିର ଅନେକ ଆଶାୟୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, ପୂର୍ବତନ ବିଧାୟକ କୁମରମଣି ଶବର, ଗତ ନିର୍ବାଚନରେ ବିଜେପିର ନର୍ଲା ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ, ନିକଟରେ ଶଙ୍ଖ ଛାଡି ପଦ୍ମ ଧରିଥିବା ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ ପ୍ରମୁଖ ରହିଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ପ୍ରଦୀପ କୁମାର ନାଏକ, କୁମର ମଣି ଶବର ଓ ଧନେଶ୍ୱର ମାଝୀ ନର୍ଲା ବିଧାନ ସଭା ମଣ୍ଡଳୀର ସ୍ଥାନୀୟ ନେତା ଅଟନ୍ତି।

Udyog Nursery
Udyogi Nursery

ନର୍ଲାରେ ଗୋଟିଏ ପଟେ ସ୍ଥାନୀୟ ପ୍ରାର୍ଥୀତ୍ୱ ପ୍ରସଙ୍ଗ ଯୋର ଧରିଛି। ସମସ୍ତ ଆଶାୟୀଙ୍କ ମଧ୍ୟରେ ଦୁଇ ଜଣ ଓବିସି ସମ୍ପ୍ରଦାୟର ଥିବା ଜଣାପଡିଛି। ତନ୍ମଧ୍ୟରୁ ପ୍ରଦୀପ ନାଏକ ନର୍ଲା ନିର୍ବାଚନ ମଣ୍ଡଳୀର ବ୍ୟକ୍ତି। ଯଦି ବିଜେପି ସ୍ଥାନୀୟ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବା ସହ ଓବିସି କାର୍ଡକୁ ପ୍ରାଧାନ୍ୟ ଦିଏ ତାହେଲେ ଲୋକେ ପ୍ରଦୀପ ନାଏକଙ୍କୁ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି। ପ୍ରଦୀପ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଭାବେ କାର୍ଯ୍ୟ କରି ସାରିଛନ୍ତି। କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ଭାବେ ସେ ତୃଣମୂଳ ସ୍ତରରେ ଜନତାଙ୍କ ନିକଟତର ହୋଇ ପାରିଛନ୍ତି। ସେ ବର୍ତ୍ତମାନ ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ଥିବା ସହ ସାମାଜିକ କ୍ଷେତ୍ରରେ ଜିଲ୍ଲା ଯୁବ କୁଲତା ସମାଜର ସଭାପତି ମଧ୍ୟ ରହିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.