କଳାହାଣ୍ଡି: ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ମାରାଥନ ପ୍ରଚାର 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଆସନ୍ତା ମଇ ୧୩ରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। କଳାହାଣ୍ଡି ଲୋକସଭା କ୍ଷେତ୍ରର ୭ଗୋଟି ନିର୍ବାଚନ ମଣ୍ଡଳୀ; ଖଡ଼ିଆଳ, ନୂଆପଡ଼ା, ଧର୍ମଗଡ଼, ଜୁନାଗଡ଼, ଲାଞ୍ଜିଗଡ଼, ଭବାନୀପାଟଣା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଜନତା ବାଛିବେ ନିଜ ପସନ୍ଦର ସାଂସଦ ଓ ବିଧାୟକ ପ୍ରାର୍ଥୀ। ବର୍ତ୍ତମାନ କଳାହାଣ୍ଡିର ରାଜନୀତି ପାଣିପାଗ ସରଗରମ ହୋଇ ଉଠିଥିବାବେଳେ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ଭୋଟ ଭିକ୍ଷା କରୁଛନ୍ତି। ଏଥର କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ବିଜେଡ଼ିରୁ ଲମ୍ବୋଦର ନିଆଲ, କଂଗ୍ରେସରୁ ଦ୍ରୌପଦୀ ମାଝୀ ଓ ବିଜେପିରୁ ମାଳବିକା କେଶରୀ ଦେଓ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଲଢ଼େଇ କରୁଛନ୍ତି। ବିଜେଡ଼ି ପ୍ରାର୍ଥୀ ଲମ୍ବୋଦର ନିଆଲ ୭ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ମାରାଥନ୍ ପ୍ରଚାରରେ ଯାଇ ଲୋକଙ୍କ ନିକଟତର ହେଉଥିବା ଦେଖାଯାଇଛି। ନବୀନ ସରକାରଙ୍କ ବିକାଶର ଚିତ୍ରକୁ ଲୋକଙ୍କ ପାଖରେ ପହଞ୍ଚାଇ କଳାହାଣ୍ଡିରେ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିର ସାଂସଦ ପ୍ରାର୍ଥୀ ଓ ସମସ୍ତ ବିଧାୟକ ପ୍ରାର୍ଥୀ/ପ୍ରାର୍ଥୀନୀଙ୍କୁ ବିଜୟୀ କରାଇବା ପାଇଁ ନିବେଦନ କରିଛନ୍ତି ଶ୍ରୀ ନିଆଲ। ଗୁରୁବାର ଦିନ ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଡୋକରି ଚଞ୍ଚରାରେ ଚାଲିଥିବା ଗୁଡହାଣ୍ଡି ମହୋତ୍ସବରେ ଯୋଗ ଦେଇଥିଲେ। ଡୋକରୀ ଚଞ୍ଚରା ବ୍ୟତିତ ଶ୍ରୀ ନିଆଲ କନ୍ଦାଖାଲ, ବଡଘୁମର ରାମ ଚିରିତ୍ର ମାନସ, ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡାର ନାମଯଜ୍ଞ, ଖମାରହଲଦି, ବୃନ୍ଦାବାହାଲ ଆଦି ଅନେକ ଗାଁରେ ନିଜର ପ୍ରଚାର କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.