ଗଞ୍ଜେଇ ଜବତ, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସ ପାଟ୍ରୋଲିଂ ବେଳେ ୨୬ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟବସାୟୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଉତ୍ତରପ୍ରଦେଶ ରାଜ୍ୟ କାନପୁର ଜିଲ୍ଲା ଅକବରପୁର ଥାନା ପହରପୁର ଗାଁର ପିଣ୍ଟୁ ସିଂ। ଆଜି ଅପରାହ୍ନରେ ଅଭିଯୁକ୍ତ ପିଣ୍ଡୁକୁ କୋର୍ଟଚାଲାଣ କରାଯାଇଥିବା ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି। ଗତ ୧୭ ତାରିଖ ରାତିରେ ଜୋଙ୍କ ଥାନା ଆଇଆଇସି ଶ୍ରୀ କର୍ମୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଅରବିନ୍ଦ ମେହେରଙ୍କ ନେତୃତ୍ବରେ ଏକ ପୁଲିସ ଟିମ ଖରିଆରରୋଡ଼ ସହରରେ ପାଟ୍ରୋଲିଂ କରୁଥିଲା । ଗତକାଲି ଭୋର ସକାଳୁ ଜଲାରାମ ଛକ ନିକଟରେ ଜଣେ ଅଜଣା ବ୍ୟକ୍ତି ଏକ ପୃଷ୍ଟିକ କରି ବ୍ୟାଗ ଧରି ରେଲୱେ ଷ୍ଟେସନକୁ ଯାଉଥିଲା ବେଳେ ପୁଲିସ ଟିମ ସନ୍ଦେହରେ ଯୁବକଙ୍କୁ ପଚରାଉଚୁରା କରିବା ସହ ବ୍ୟାଗକୁ ଯଞ୍ଚ କରିଥିଲେ। ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପୁଲିସ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ପିଣ୍ଡୁକୁ ଗିରଫ କରିଥିଲା । ପରେ ଥାନାରେ ଜବତ ଗଞ୍ଜେଇ ଓଜନ କରିବାରୁ ତାହା ୨୬ କେଜି ହୋଇଥିଲା। ଏହି ଅଭିଯୁକ୍ତ ଜଣକ କୋମନା ଥାନା ଜେଠୁପାଲି ଗାଁରୁ ଉତ୍ତରପ୍ରଦେଶ ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ସ୍ୱୀକାର କରିଥିବା ପୁଲିସ ପ୍ରକାଶ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.