ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ: ନିର୍ଣ୍ଣାୟକ ହେବ ଅନୁସୂଚିତ ଜାତି ଓ ଜନଜାତି ଭୋଟ୍

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ସାଧାରଣ ନିର୍ବାଚନରେ ସୁସଂଗଠିତ ଥିବା ଯାଦବ ସମାଜ ଏକ ତରଫା ଭୋଟ ଦେଇ ରାଜନିତିରେ ସେମିତି କିଛି ଅଭିଜ୍ଞ ନଥିବା ମୌଷଧି ବାଗଙ୍କୁ ପ୍ରଥମ ଇନିଂସ୍ ରେ ବିଜେଡ଼ିରୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଜାତି ଭିତ୍ତିକ ରାଜନୀତି ନେଇ ବିଭିନ୍ନ ଦଳ ଅଙ୍କ କସୁଥିବା ଆଭାସ ହୋଇଛି। ଯାହା ଏବେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଏଥର କିନ୍ତୁ ନିର୍ଣ୍ଣାୟକ ହେବ ଅନୁସୂଚିତ ଜାତି ଓ ଜନଜାତି ଭୋଟ୍।

Omkar Vasthu
Omkar Vasthu

ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପ୍ରାର୍ଥୀ କରିଛି। ତାଙ୍କ ବିପକ୍ଷରେ କଂଗ୍ରେସ ରଶ୍ମି ରେଖା ରାଉତ ଓ ବିଜେପି ସୁଧିର ରଞ୍ଜନ ପାଟ୍ଟଯୋଷୀଙ୍କୁ ମୈଦାନକୁ ଓହ୍ଲାଇଛି। ଯଦିଓ ଏହି ୩ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନଥିଲେ ବି ଏମାନଙ୍କୁ ନେଇ ଏବେଠୁ ଆଲୋଚନା ଜାରି ରହିଛି। ବିଗତ ଦିନମାନଙ୍କର ରେକର୍ଡ଼କୁ ନିରିଖେଇ ଦେଖିଲେ ଜାତି ଭିତ୍ତିକ ରାଜନୀତି ଏ ଅଞ୍ଚଳରେ ପ୍ରମୁଖ ପ୍ରସଙ୍ଗ ହୋଇ ଆସିଥିବା ଏକ ପ୍ରକାର ପ୍ରମାଣିତ ହୋଇଆସିଛି। ଗତ ନିର୍ବାଚନରେ ଏଭଳି କାରଣରୁ ମୌଷଧି ବାଗ ବିଧାୟକ ହୋଇଥିବା ଏହାର ଜ୍ୱଳନ୍ତ ଉଦାହରଣ। ଏଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେବା ସମ୍ଭାବନା ରହିଛି। କାହିଁକି ନାଁ କଂଗ୍ରେସ ପ୍ରାର୍ଥିନୀ ରଶ୍ମି ରେଖା ରାଉତ ପଛୁଆ ବର୍ଗ ଅର୍ଥାତ ଯାଦବ ସଂପ୍ରଦାୟରୁ ଆସିଥିବାବେଳେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଭୋଟ ଏଠାରେ ନିର୍ଣ୍ଣାୟକ ହେବା ସମ୍ଭାବନା ରହିଛି। ଗତଥର ଭଳି ଯାଦବ ସଂପ୍ରଦାୟ ବିଧାୟକ ମୌଷଧ ବାଗଙ୍କୁ ଏକତରଫା ଭୋଟ ଦେଲା ଭଳି କଂଗ୍ରେସ ପ୍ରାର୍ଥିନୀ ରଶ୍ମି ରେଖା ରାଉତଙ୍କୁ ଭୋଟ ଦିଅନ୍ତି ତେବେ ପୂର୍ବ ଭଳି ଅନୁରୂପ ଘଟଣାକୁ ଏଡାଇ ଦିଆଯାଇ ନପାରେ।

Pearl dental clinic
Near Ashish Medical Store, Bhawanipatna

ବିଜେଡି ଦଳକୁ ଧର୍ମଗଡକୁ ଜିଲ୍ଲାର ମାନ୍ୟତା ପ୍ରସଙ୍ଗ, ବିଧାୟକ ଟିକେଟ କଟିବା ପରେ ମୈଷଧି ବାଗ ମୌନ ରହିବା ଓ ଯାଦବ ସମାଜର ଅସନ୍ତୋଷ, ସ୍ଥାନୀୟ ନେତା ପ୍ରମୁଖ ପ୍ରସଙ୍ଗ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ବିଜେପିରେ ମଧ୍ୟ ସମଦଶା ପରିଲକ୍ଷିତ ହେବାରେ ଲାଗିଛି, ପ୍ରାର୍ଥୀଙ୍କୁ ନେଇ ଦଳୀୟ କିଛି ନେତା ଅସନ୍ତୋଷ ବ୍ୟକ୍ତ କରୁଥିବାବେଳେ ସାଂସଦ ପ୍ରାର୍ଥିନୀ ଓ ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ମାନଙ୍କ ମଧ୍ୟରେ ମତାନ୍ତର ମନାନ୍ତର ଲାଗିରହି ଥିବା ଚର୍ଚ୍ଚା ହେଉଛି, ଏମିତି କି ନିଜ ପସନ୍ଦର ନେତାଙ୍କୁ ଟିକେଟ ନମିଳିବା ପରେ ବିଜେପିର କର୍ମୀମାନେ ଉପର ଠାଉରିଆ ଭାବେ ଦଳୀୟ ପ୍ରଚାରରେ ବୁଲୁଥିବା ବେଳେ ପରୋକ୍ଷରେ କିନ୍ତୁ ସେମାନେ ଅସନ୍ତୋଷ ଥିବା ଶୁଣିବାକୁ ମିଳୁଛି। ଏପଟେ କଂଗ୍ରେସ ଅନୁସୂଚିତ ଜାତିର କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀନୀ ଭାବେ ଦ୍ରୌପଦୀ ମାଝୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି, ବିଧାୟକ ଓ ସାଂସଦ ଭାବେ ଦୁଇ ଜଣ ନାରୀ ନେତ୍ରୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇ ମହିଳା କାର୍ଡ ଖେଳି ମହିଳା ଭୋଟ ଆକଟ ସହ ହାତେଇବାକୁ ପ୍ରୟାସ କରିଛି। ଏବଂ ଅନୁସୂଚିତ ଜାତି ଓ ଜନଜାତି ଭୋଟକୁ ବଜାୟ ରଖିବାକୁ ଉଦ୍ୟମ କରିଛି।

Udyog Nursery
Udyogi Nursery

ଏପଟେ କଂଗ୍ରେସ ଉପରେ ଭରସା କରିପାରୁ ନଥିବା କଂଗ୍ରେସିଆ ଭୋଟକୁ ନିଜ ସପକ୍ଷରେ ନେଇ ବିଜେଡି ବିଗତ ଦିନରେ ସଫଳ ହୋଇଥିବାବେଳେ ଚଳିତ ନିର୍ବାଚନ ରଣାଙ୍ଗନରେ ଏହି ଭୋଟ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଯଥେଷ୍ଟ ସମ୍ଭାବନା ରହିଛି। ସେ ଯାହାହେଉ ନାଁ କାହିଁକି ବର୍ତ୍ତମାନ ନିର୍ବାଚନରେ ଶାସକ ବିଜେଡ଼ିର ବିକାଶ ମୂଳକ କାର୍ଯ୍ୟ ଓ ଜନହିତକର ଯୋଜନା, ବିଜେପିର ମୋଦୀ ହାୱା, ନାଁ କଂଗ୍ରେସର ପରିବର୍ତ୍ତନର ନାରା କିଭଲି ଭୋଟର୍ କୁ ଆକୃଷ୍ଟ କରି ପାରୁଛି ଓ ଧର୍ମଗଡ ଦଖଲ କରିବାରେ ସହାୟକ ହେଉଛି ତାହା ସମୟ କହିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.