ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା/ ଲିଙ୍ଗରାଜ ମିଶ୍ର): ଚଳିତ ସାଧାରଣ ନିର୍ବାଚନକୁ ନେଇ ସରଗରମ ହୋଇ ଉଠିଛି ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୀତି। ଏଥର ନର୍ଲା ପାଇଁ ବିଜେଡ଼ି ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଭକ୍ତ ଚରଣ ଦାସ ଓ ବିଜେପି ଅନିରୁଦ୍ଧ ପଧାନଙ୍କୁ ଟିକେଟ ଦେଇ ନିର୍ବାଚନ ରଣାଙ୍ଗନରେ ଠିଆ କରିଛି। ତିନି ପ୍ରମୁଖ ଦଳ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇ ରହିଥିବିବେଳେ ବିଜେଡ଼ି ପ୍ରାର୍ଥୀନୀ ମନୋରମା ମହାନ୍ତି ନିଜ ନିର୍ବାଚନ ମଣ୍ଡଳୀ ମଧ୍ୟରେ କର୍ମୀମାନଙ୍କୁ ସାକ୍ଷାତ କରି ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହାରି ଭିତରେ ଶୁକ୍ରବାର ରିଷିଡା ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ରାଜ୍ୟ ମହିଳା ବିଜେଡି କାର୍ଯ୍ୟକାରିଣୀ ସଦସ୍ୟା ତଥା ରିଷିଡା ସରପଞ୍ଚ ସେବତୀ ରଣା ଏହାର ଶୁଭ ଉଦଘାଟନ କରିବା ସହ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିଥିଲେ। ବିଧାୟକ ପ୍ରାର୍ଥୀନୀ ମନୋରମା ମହାନ୍ତି ଭିଡିଓ କନଫରେନ୍ସ ଯୋଗେ ଯୋଡି ହୋଇ ବକ୍ତବ୍ୟ ରଖିଥିଲେ। ବିଜେଡି ସଭାପତି ନାରାୟଣ ରଣାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ସାହୁ, ନନ୍ଦକିଶୋର ରଣା, ନଥୁରାମ ରଣା, ସଚ୍ଚିଦାନନ୍ଦ ନାଏକ, ଘାସିରାମ ସୁନା, ଭୋଳାନାଥ ମହାନନ୍ଦ, ସ୍ୱାଗତ ଭୋଇ, ଶିବଲାଲ କେଡ଼ିଆ, ନେମିଚାନ୍ଦ ଜୈନ,ସମିତି ସଭ୍ୟ ନିମାଇଁ ଚରଣ ବେହେରା, ଛାତ୍ର ବିଜେଡି ସଭାପତି ସଲିମ ଶେଖର ରଣା, ଯୁବ ବିଜେଡି ଡିଜିଟାଲ ସଂଯୋଜକ ତ୍ରିଶଙ୍କ ରଣା, ବବଲୁ ଦଣ୍ଡସେନା, ନରେଶ ଦାସ ପ୍ରମୁଖ ଯୋଗଦେଇ ମତାମତ ଦେଇଥିଲେ।