ନର୍ଲା ନିର୍ବାଚନୀ ମୈଦାନରେ ୧୨ ପ୍ରାର୍ଥୀ: ୯ ଦଳୀୟ ଓ ୩ ସ୍ୱାଧୀନ, ବାଜୀ ମାରିବ କିଏ?

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ନର୍ଲା ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଏଇଠି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ଚଳିତ ସାଧାରଣ ନିର୍ବାଚନରେ ୧୨ ଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ପ୍ରଥମ କରି ଏଥର ବହୁଜନ ସମାଜ ପାର୍ଟି, ଅଲ ଇଣ୍ଡିଆ ଫୱାର୍ଡ ବ୍ଲକ, ଓଡିଶା ଜନତାପାର୍ଟି, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ, ନେସନାଲ ଆପନୀ ପାର୍ଟି ତରଫରୁ ମଧ୍ୟ ପ୍ରାର୍ଥି ହୋଇଥିବା ଦେଖିବାକୁ ମିଳିଛି। ନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଶାସକ ବିଜେଡି ତରଫରୁ ମନୋରମା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଜାତୀୟ କଂଗ୍ରେସ ତରଫରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଓ ବିଜେପି ଦଳ ତରଫରୁ ଗତ ଥର ପ୍ରାର୍ଥୀ ହୋଇଥିବା ଅନିରୁଦ୍ଧ ପଧାନ ଏଥରକ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ବହୁଜନ ସମାଜ ପାର୍ଟି ତରଫରୁ ଦୁର୍ଯୋଧନ କୁମାର, ଅଲ ଇଣ୍ଡିଆ ଫୱାର୍ଡ ବ୍ଲକ ତରଫରୁ ଶିବରାମ ନାୟକ, ଓଡିଶା ଜନତା ପାର୍ଟି ତରଫରୁ କାଜଲ ପଟ୍ଟନାୟକ, ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ ଦଳ ତରଫରୁ ଗଭୀର ସୁନା, ନେସନାଲ ଆପନୀ ପାର୍ଟି ତରଫରୁ ଶଶିଦେବ ହରିଜନ, ଆମ ଆଦମି ପାର୍ଟି ତରଫରୁ ପୃଥିରାଜ ଛତ୍ରୀଆ ପ୍ରାର୍ଥି ହୋଇଛନ୍ତି। ସେହିଭଳି ସ୍ୱାଧିନ ପ୍ରାର୍ଥୀ ଭାବରେ ଦୀର୍ଘ ୩୦ ବର୍ଷ ଧରି ଦଳ ପାଇଁ କାମ କରି ଦଳୀୟ ନେତୃବୃନ୍ଦଙ୍କ ଦ୍ୱାରା ଅଣ ଦେଖାର ଶିକାର ହୋଇଥିବା ଯୁବନେତା ପ୍ରଦୀପ କୁମାର ନାଏକ, ଆଉ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଟିକେମନ ଦୀପ ଓ ଜଣେ ମହିଳା ପ୍ରାର୍ଥୀନୀ ରୋଜାଲିନ ଜାଲ ନର୍ଲା ବିଧାନ ସଭା ପ୍ରାର୍ଥୀ ପାଇଁ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜଣାପଡିଛି। ଏଭଳି ନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ସର୍ବ ମୋଟ ୧୨ ଜଣ ପ୍ରାର୍ଥୀ ନାମାଙ୍କନ କରିଥିବା ଜଣାପଡିଛି।

Omkar Vasthu
Omkar Vasthu

ଗୋଟିଏ ପଟେ ଦୀର୍ଘ ୨୫ ବର୍ଷ ଶାସନ କ୍ଷମତାରେ ରହିଥିବା ଶାସକ ବିଜେଡି ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରିଛନ୍ତି। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ମା କୁ ସମ୍ମାନ, ଗାଁ କୁ କାମର ନାରା ଦେଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନର୍ଲାରେ ଜଣେ ମହିଳାଙ୍କୁ ପ୍ରାର୍ଥୀନୀ କରିଛନ୍ତି। ଅନ୍ୟପକ୍ଷେ ଜଣେ ସଂଗ୍ରାମୀ ଯୁବକ ଭାବରେ ଦୀର୍ଘ ୪୦ ବର୍ଷ ତଳେ ଛାତ୍ର ନେତାରୁ କ୍ୟାରିଅର ଆରମ୍ଭ କରିଥିବା ଓ ରାଜନୈତିକ କ୍ଷେତ୍ରରେ ନିଜର ବହୁ ଅନୁଭୂତି ସାଉଁଟିଥିବା ବର୍ତ୍ତମାନ କଂଗ୍ରେସ ଦଳର ପ୍ରଚାର କମିଟିର ଅଧ୍ୟକ୍ଷ ରହିଥିବା ଭକ୍ତଚରଣ ଦାସ ନର୍ଲାରେ କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷେ ଦେଶର କୋଟି କୋଟି ହିନ୍ଦୁ ମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ରାମ ଲାଲାଙ୍କ ପାଇଁ ୫୦୦ ବର୍ଷର ଅପେକ୍ଷିତ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ କରି ପ୍ରଧାନ ମନ୍ତ୍ରୀ ମୋଦୀ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ଆସ୍ଥାନ ଜମାଇଛନ୍ତି। ଅଣ୍ଡର କରେଣ୍ଟରେ ମୋଦୀ ଲହର ପ୍ରବାହିତ ହେଉଥିବା ମଧ୍ୟ ଚର୍ଚ୍ଚା ଓ ଆଲୋଚନା ହେଉଛି। ଏଣୁ ବିଜେପି ପ୍ରାର୍ଥୀଙ୍କ ମଧ୍ୟ ପକ୍ଷ ଓଜନ ରହିପାରେ। ଏହାବାଦ ବିଜେପି ଦଳରେ ରହି ତୃଣମୂଳ ସ୍ତରରେ ନିଜର ସ୍ୱତନ୍ତ୍ର ସଙ୍ଗଠନ ତିଆରି କରି ଏବେ ସ୍ବାଧିନ ଭାବରେ ପ୍ରାର୍ଥୀ ହୋଇଥିବା ପ୍ରଦୀପ ନାଏକଙ୍କ ଭୁମିକାକୁ ମଧ୍ୟ ଅଣଦେଖା କରାଯାଇ ନପାରେ। ଏହାବାଦ ନର୍ଲା ନିର୍ବାଚନ ମଣ୍ଡଳୀରେ ଆଦିବାସୀ ଓ ଦଳିତ ବର୍ଗଙ୍କ ସଂଖ୍ୟା ଅଧିକ ରହିଥିବାରୁ ଦଳିତ ବର୍ଗର ପ୍ରାର୍ଥୀ ମାନଙ୍କ ଭୁମିକାକୁ ମଧ୍ୟ ନର୍ଲା ନିର୍ବାଚନ ମଣ୍ଡଳୀରେ ଅଣଦେଖା କରାଯାଇନପାରେ। ହେଲେ ତିନି ପ୍ରମୁଖ ରାଜନୈତିକ ଦଳରୁ ପ୍ରାର୍ଥୀଙ୍କ ନିର୍ବାଚନୀ ମୈଦାନରେ ରଣ ନୀତିକୁ ନେଇ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି। ଏହି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମାନଙ୍କ ପାଇଁ ଷ୍ଟାର ପ୍ରଚାରକ ଓଡିଶାକୁ ଆସି ନିର୍ବାଚନ କେମ୍ପେନିଂ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ବିଜେପି ପ୍ରାର୍ଥୀ ମାନଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମୀତ ଶାହା ସୁବର୍ଣ୍ଣପୁର ଆସି ପ୍ରଚାର କରି ଭୋଟ ଭିକ୍ଷା କରି ସାରିଥିବା ବେଳେ ବିଜେଡି ପ୍ରାର୍ଥୀ ପାଇଁ ଆଜି ଶନିବାର ଭିକେ ପାଣ୍ଡିଆନ କଳାହାଣ୍ଡିର ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ସେହିଭଳଳି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ରାହୁଲ ଓ ପ୍ରିୟଙ୍କା ନର୍ଲାରେ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ କଂଗ୍ରେସ କର୍ମୀ ମାନେ ମତବ୍ୟକ୍ତ କରୁଛନ୍ତି। ୨୫/୪ ପ୍ରାର୍ଥୀପତ୍ର ଦାଖଲ ଶେଷ, ୨୬/୪ ପ୍ରାର୍ଥୀପତ୍ର ଯାଞ୍ଚ କାର୍ଯ୍ୟକ୍ରମ ସରିଯାଇଥିବା ବେଳେ ବେଳେ ୨୭ ରୁ ୨୯ ପ୍ରାର୍ଥୀପତ୍ର ପ୍ରତ୍ୟାହାର କାର୍ଯ୍ୟକ୍ରମ ରହିଛି। ହେଲେ ଲୋକେ ଏହି ତ୍ରୀ-ମୁଖୀ ଲଢେଇକୁ ଦେଖି ଫଳାଫଳ ନେଇ ସନ୍ଦିହାନ ରହିଛନ୍ତି। ଆକଳନ କରି ପାରୁ ନାହାନ୍ତି ଏଇଠି ବାଜି ମାରିବ କିଏ? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ? ନର୍ଲାର ଶାସନ ଡୋରୀ କାହା ହାତକୁ ଯିବ?

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.