ଫକୀରମୋହନ ବିଶ୍ବବିଦ୍ୟାଳୟର ବାଣିଜ୍ଯ ବିଭାଗ ପକ୍ଷରୁ ଅନୁଷ୍ଠିତ ହେଲା ପ୍ରାକ୍ତନ ଛାତ୍ର ମିଳନୋତ୍ସବ ଓ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ବାଣିଜ୍ଯ ବିଭାଗର ଚତୁର୍ଥ ବାର୍ଷିକ ଉତ୍ସବ ଓ ପୁରାତନ ଛାତ୍ର ସଂଗଠନର ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏଥିରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ବିଶ୍ଵବିଦ୍ୟାଳୟ ପାଇଁ ସମ୍ମାନ, ଗୌରବ ଓ ପୁରସ୍କାର ଆଣିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ତଥା ଭବିଷ୍ୟତ ଜୀବନରେ ସଫଳ ହେବାର ମନ୍ତ୍ର ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ଅଧ୍ୟୟନରତ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟର ଉନ୍ନତି ପଥରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସମ୍ମାନନୀୟ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ଓ ବ୍ୟବସାୟ ପରିଚାଳନା ବିଭାଗ ମୁଖ୍ଯ ତଥା ପି.ଏମ.ଆଇ.ଆର ବିଭାଗର ସଂଯୋଜକ ପ୍ରଫେସର ପଦ୍ମଲିତା ରାଉତରାୟ ଯୋଗ ଦେଇଥିଲେ। ଏହି ଅବସରରେ ବିଭାଗୀୟ ପତ୍ରିକା ଓ ନିଉଜଲେଟର ଉନ୍ନୋଚିତ ହୋଇଥିଲା।

Omkar Vasthu
Omkar Vasthu

ପ୍ରାକ୍ତନ ଛାତ୍ର ସଂସଦର ସଭାପତି ଭରତ ଭୂଷଣ ସାହୁ, ସଂପାଦିକା ସଦେଷ୍ଣା ଚିରସ୍ରୋତା ଓ ବିଭାଗର ସେମିନାର ସେକ୍ରେଟେରୀ ଆକାଶ ସାହୁ ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ। କମର୍ସ-କ୍ବେଷ୍ଟ ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ବାଣିଜ୍ଯ, ପି.ଏମ.ଆଇ.ଆର ଓ ବ୍ୟବସାୟ ପରିଚାଳନା ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତାର ସହ ସଂପାଦନ କରିଥିଲେ। ଏଥିସହ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାଣିଜ୍ଯ ବିଭାଗର ସଂଯୋଜକ ଡ଼କ୍ଟର ଆର୍ତ୍ତବନ୍ଧୁ ଜେନା ଅତିଥିମାନଙ୍କୁ ସ୍ବାଗତ କରି, ଅତିଥି ପରିଚୟ ପ୍ରଦାନ କରିଥିଲେ। ଜୟନ୍ତୀ କୁମାରୀ ଓ ଭରତ ଯାଜେଦିଆ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଓ ଅଧ୍ୟାପିକା ଗାୟତ୍ରୀ ଗୁହାରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.