ବିସିସିଆଇ କରିବାକୁ ଯାଉଛି ଘରୋଇ କ୍ରିକେଟରେ ବଡ଼ ଧରଣର ପରିବର୍ତ୍ତନ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଘରୋଇ କ୍ରିକେଟରେ ବଡ ଧରଣର ପରିବର୍ତନ କରିବାକୁ ଯାଉଛି । ୨୦୨୪-୨୫ ଘରୋଇ ସିଜନରେ ଏହି ପରିବର୍ତନ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହ, ଅଧିନାୟକ ରୋହିତ ଶର୍ମା, ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର, କୋଚ ରାହୁଲ ଡ୍ରାଭିଡ ଓ ଏନସିଏ ମୂଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ନେଇ ଗଠିତ ଏକ କମିଟି ଘରୋଇ କ୍ରିକେଟର ଢ଼ାଂଚା ପରିବର୍ତନ ସମ୍ପର୍କୀତ ପ୍ରସ୍ତାବ ବିସିସିଆଇଙ୍କୁ ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସିକେ ନାୟୁଡୁ ଟ୍ରଫିରେ ଟସକୁ ବନ୍ଦ କରି ଦିଆଯିବ । ଭ୍ରମଣକାରୀ ଟିମକୁ ବ୍ୟାଟିଂ ଓ ବୋଲିଂରୁ ଗୋଟିଏ ବାଛିବାକୁ କୁହାଯାଇଛି । ଏହା ବ୍ୟତୀତ ନୂତନ ଅଙ୍କ ପ୍ରଣାଳୀ ଲାଗୁ କରାଯିବ । ସେହିପରି ରଣଜୀ ଟ୍ରଫିର ଆଗାମୀ ସଂସ୍କରଣରେ ଏହାକୁ ୨ଟି ଭାଗରେ କରାଯିବ । ଧଳା ବଲର ଏହି ଟୁର୍ଣ୍ଣାମେଂଟ ସୟେଦ ମୁସ୍ତାକ ଅଲୀ ଟି୨୦ ଟ୍ରଫି, ବିଜୟ ହଜାରେ ଦିନିକିଆ ଟ୍ରଫି ପୂର୍ବରୁ ରଣଜୀର ଗୋଟିଏ ପର୍ଯାୟ ଓ ପରେ ଆଉ ଗୋଟିଏ ଭାଗ ଆୟୋଜିତ ହେବ । ଖୁବ ଶୀଘ୍ର ଏହାର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.