ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ମଣ୍ଡି ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ପ୍ୟାକ୍ସ ପାର୍ଶ୍ୱସ୍ଥ ବାଲିପଡା-ଭାନପୁର ମୁଖ୍ୟ ରାସ୍ତା କଡରେ ଅନୁଷ୍ଠିତ ହୋଇଛି। ଗତ ତିନି ବର୍ଷ ହେଲା ନର୍ଲାର ଶାନ୍ତପୁର, ଭାନପୁର ଓ ତୁଳାପଡା ପ୍ୟାକ୍ସରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଧାନ କିଣୁଛନ୍ତି।ଏହିକ୍ରମରେ ଭାନପୁର ପ୍ୟାକ୍ସରେ ମଧ୍ୟ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କିଣିବେ। ଶୁକ୍ରବାର ଦିବା ୧୦ ଘଣ୍ଟା ସମୟରେ ଭାନପୁର ମିଶନ ଶକ୍ତି ଭବନ ପରିସରରେ ଧାନ ମଣ୍ଡିକୁ ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ଉଦ୍ଘାଟନ କରିଥିଲେ। ଏଥିରେ ନର୍ଲା ଆରଏମସି କର୍ମଚାରୀ, ଚାଷୀ ମାନଙ୍କ ମଧ୍ୟରେ ରାକ୍ସି ଗ୍ରାମର ଚାଷୀ ଛନ୍ଦା ଚରଣ ବାଗ, ନିମେଇ ପଧାନ, ସନ୍ତୋଷ ପଧାନ, ଭବାନୀ ସାହୁଙ୍କ ସମେତ ଭାନପୁର, କମେଗାଁ ଓ ରାକ୍ସିର ଅନେକ ଚାଷୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ସୁନୀତା ବେହେରା ଓ ଧର୍ମିଷ୍ଟା ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଇତ୍ୟବସରରେ ମିଶନ ଶକ୍ତିର ମହାଲକ୍ଷ୍ମୀ ଗୋଷ୍ଠୀ ଧାନ କିଣାରେ ଆଗରୁ କାମ କରି ଆସୁଥିବା ଶ୍ରମିକ ଓ ସ୍ଥାନୀୟ ଭାନପୁରର ଶ୍ରମିକ ମାନଙ୍କୁ ନେଇ ଧାନ ମଣ୍ଡିରେ କାମ କରେଇବା ନିମନ୍ତେ ଉପସ୍ଥିତ ଶ୍ରମିକ, ଚାଷୀ, ଗୋଷ୍ଠୀର ମହିଳାମାନେ ଓ ମିଲର୍ସ କିଭଳି ଉତ୍ତମ ସମନ୍ୱୟ ରଖି କାମ କରିବେ। ଚାଷୀଙ୍କ ତରଫରୁ ଧାନ ନଉଠିବା ନେଇ ଯେମିତି ପ୍ରଶ୍ନ ଆସିବ ନାହିଁ ସେ ଦିଗରେ ସମସ୍ତଙ୍କ ପ୍ରୟାସ ରହୁ ବୋଲି ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀମତୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ।