ଉଲିକୁପା ଓ ନିଶାଣପୁର ଠାରେ ଧାନ ମଣ୍ଡି ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଉଲିକୁପା ଓ ନିଶାଣପୁର ଠାରେ ରବି ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି। ଶାନ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଏହି ଦୁଇଟି ମଣ୍ଡି ଖୋଲାଯାଇଛି। ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଶୁକ୍ରବାର ସକାଳ ୯.୩୦ ରେ ଉଲିକୁପା ଧାନ ମଣ୍ଡି ଓ ପୂର୍ବାହ୍ନ ୧୦.୩୦ରେ ନିଶାଣପୁର ଧାନ ମଣ୍ଡିର ଶୁଭ ଉଦଘାଟନ କରିଥିଲେ। ରବି ଋତୁରେ କୃଷକମାନେ ନିଜ ଉତ୍ପାଦିତ ଧାନକୁ ସୁବ୍ୟବସ୍ଥିତ ଭାବେ ବିକ୍ରୟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ମଣ୍ଡି ସ୍ଥାପନ କରିଛନ୍ତି। ତେଣୁ ଏହାର ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ଧାନ ମଣ୍ଡିରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କୃଷକ ଓ ମିଲର୍ସ ଏଜେଣ୍ଟ ମାନଙ୍କୁ ବିଶେଷ ଅନୁରୋଧ କରିଥିଲେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀ। ଆଜିର ଏହି ଧାନ ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶାନ୍ତପୁର ପେକ୍ସ ସମ୍ପାଦକ ସୁଶାନ୍ତ ବିଶି, ଆରଏମସି ଷ୍ଟାଫ୍ ଭବାନୀଶଙ୍କର ମୁଣ୍ଡ, ମିଲର୍ସ ଏଜେଣ୍ଟ, ଚାଷୀ ବିଶ୍ବନାଥ ସାହୁ, ଅମର ଦାସ ରଣା, ପୂର୍ଣ୍ଣଚନ୍ଦ୍ର ରଣା, କୃଷ୍ଣ ଚନ୍ଦ୍ର ହରିଜନ, ରୋଶନ ସିଂ ମାଝୀ, ପ୍ରେମଲାଲ ଗଉଡ, ଦେବେନ୍ଦ୍ର ଶବର, ଜୟ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.