ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କୁ ସୋନପୁର ଠାରେ ଭବ୍ୟ ସ୍ଵାଗତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ମାଟିର ସୁନା ପୁଅ ଓଡ଼ିଶା ଓ କଲିକତା ହାଇକୋର୍ଟର ଅବସର ପ୍ରାପ୍ତ ନ୍ୟାୟ ମୂର୍ତ୍ତୀ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କ ଅବସର ପରେ ଗତକାଲି ସନ୍ଧ୍ୟାରେ ସୋନପୁର ସହରକୁ ପହଞ୍ଚିଥିଲେ। ପ୍ରଥମେ ସହରର ନଳିନୀ ଛକ ଠାରେ ଶ୍ରୀ ଦାଶଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା। ସେଠାରୁ ସହର ବାସୀଙ୍କ ସହିତ ପଦଯାତ୍ରା କରି ଇଷ୍ଟଦେବୀ ମା ସୁରେଶ୍ଵରୀ ମନ୍ଦୀରକୁ ପହଞ୍ଚି ଶ୍ରୀ ଦାଶ ମାଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ। ପରେ ପରେ ଏକ ସ୍ଵାଗତ ସଭାରେ ଶ୍ରୀ ଦାଶ ତାଙ୍କ ଚାକିରୀ କାର୍ଯ୍ୟକାଳ ମଧ୍ୟରେ ସୁରେଶ୍ଵରୀ ମାଆଙ୍କ ପୀଠ ସମେତ ସୁବର୍ଣ୍ଣପୁର ଜିଲ୍ଲାର ଦ୍ରୁତ ବିକାଶ ଲାଗି ଶାସକ ପ୍ରଶାସକ ମାନଙ୍କ ମଧ୍ୟରେ ସବୁବେଳେ ବୁଝାମଣା ଜାରି ରଖି ଆସୁଥିଲେ ବୋଲି ଆଇନଜିଵୀ ପ୍ରଦୀପ ପୁରୋହିତ ସ୍ଵାଗତ ଭାଷଣରେ କହିଥିଲେ। ମା ସୁରେଶ୍ଵରୀ ଏଭଳି ଏକ ଭଲ ମଣିଷ ସୋନପୁରର ଗୌରବ ଶ୍ରୀଯୁକ୍ତ ଦାଶଙ୍କୁ ଆହୁରି ଭଲ କାମରେ ଆଗକୁ ବଢ଼ିବାରେ ସବୁବେଳେ ଶକ୍ତି ଓ ଆଶିର୍ବାଦ ପ୍ରଦାନ କରନ୍ତୁ ବୋଲି ମତ ରଖିଥିଲେ। ଅବସର ପରେ ମାଙ୍କ ପୀଠ ଓ ଜିଲ୍ଲାର ବିକାଶ ଦିଗରେ ସମର୍ପିତ ଭାବେ ସେବା କରିବି ବୋଲି ଶ୍ରୀ ଦାଶ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏ ମାଟିର ଗୌରବ ଶ୍ରୀ ଦାଶଙ୍କୁ  ସ୍ୱଚ୍ଛ ଭାରତ, ବରିଷ୍ଠ ନାଗରିକ ସଂଗଠନ, ସୁରେଶ୍ଵରୀ ମନ୍ଦିର ପୂଜକ ସଂଘ, ମାଆଙ୍କ ଯଜ୍ଞ କମିଟି ତଥା ସହରର ଅନେକ ସଙ୍ଗଠନ ପକ୍ଷରୁ ସନ୍ଧ୍ୟାରେ ନଳିନୀ ଛକ ଠାରୁ ଭବ୍ୟ ସ୍ଵାଗତ କରି ମା ସୁରେଶ୍ଵରୀଙ୍କ ମନ୍ଦିର ଯାଏ ପାଛୋଟି ଅଣାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.