ଦ୍ୱାଦଶ ବୋର୍ଡ ପରୀକ୍ଷା: ତାରା ତାରିଣୀ ମହାବିଦ୍ୟାଳୟର ବିଜ୍ଞାନରେ ଦୀପିକା ଗୌଡ଼ ପ୍ରଥମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ତାରାତାରିଣୀ ମହାବିଦ୍ୟାଳୟର ଛାତ୍ରୀ ଦୀପିକା ଗୌଡ଼ +୨ ବିଜ୍ଞାନରେ ୬୦୦ ରୁ ୫୪୧ (୯୦%) ମାର୍କ ରଖି କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପୁରୁଷୋତ୍ତମପୁର ସହରର କାଶୀନାଥ ଗୌଡ଼ ଓ ରୁନୁ ଗୌଡ଼ଙ୍କ ସୁକନ୍ୟା ଦୀପିକାଙ୍କ ଏହି ସଫଳତା ପାଇଁ କଲେଜ ଅଧ୍ୟକ୍ଷ ଡ଼ ସିମାଞ୍ଚଳ ପଟ୍ଟନାୟକ ଓ ଅଧ୍ୟାପକ, ଅଧ୍ୟାପିକାମାନେ ଶୁଭେଚ୍ଛା ଜଣାଇଛନ୍ତି। ଦୀପିକା ଗୌଡ଼ ମଧ୍ୟ ଏହି ସଫଳତାର ଶ୍ରେୟ ତାଙ୍କ ବାପା, ମାଆଙ୍କ ସହିତ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ଦେଇଛନ୍ତି। ତେବେ କଲେଜର ସମସ୍ତ ଷ୍ଟାଫ ଓ କର୍ମଚାରୀ ମାନଙ୍କ ସହଯୋଗ ସହିତ ଛାତ୍ର, ଛାତ୍ରୀଙ୍କୁ ପାଠ ପଢେଇବା ଶୈଳୀ, ସମୟନୁବର୍ତ୍ତୀ ଭାବେ କ୍ଲାସରେ ଉପସ୍ଥିତ ରହିବା ଏବଂ ଅଧକ୍ଷ ଡ଼ ସିମାଞ୍ଚଳ ପଟ୍ଟନାୟକଙ୍କ ଅନୁଶାସନ ଯୋଗୁଁ ଦୀର୍ଘ ବର୍ଷ ହେଲା ମହାବିଦ୍ୟାଳୟର -୨ ହେଉ କିମ୍ବା +୩ ହେଉ ବାଣିଜ୍ୟ, କଳା ଓ ବିଜ୍ଞାନରେ ଶତ ପ୍ରତିଶତ ସଫଳତା ହାସଲ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.