ବାଦଲ ଫଟା ବର୍ଷା, ଧସିଲା ମାଟି ଅତଡା

ଆସାମ ବନ୍ୟାରେ ୪ ଲକ୍ଷ ଲୋକ ପ୍ରଭାବିତ, ୩୭ ଜଣଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମୌସୁମୀ ଆସୁ ଆସୁ ବର୍ଷା ତାର ତାଣ୍ଡବ ଆରମ୍ଭ କରିଦେଇଛି । ଅରୁଣାଞ୍ଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ରବିବାର ସକାଳେ ବାଦଲ ଫଟା ବର୍ଷା ହୋଇ ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ଏହାସହ ଅନେକ ସ୍ଥାନରେ ମାଟି ଅତଟା ଖସି ସ୍ଥିତି ସଂଗୀନ ହୋଇପଡିଛି । ସେପଟେ ଆସାମରେ ପାଖାପାଖି ଗୋଟିଏ ସପ୍ତାହ ହେବ ମୂଶଳଧାରାରେ ବର୍ଷା ଚାଲଇଛି । ଆସାମ ସରକାରଙ୍କ ରିପୋର୍ଟ ମୁତାବକ ଏଭଳି ବର୍ଷା ଫଳରେ ୧୯ଟି ଜିଲ୍ଲାର ପାଖାପାଖି ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଚଳିତ ବର୍ଷ ବନ୍ୟା ଓ ମାଟି ଅତଡା ଖସିବା ଫଳରେ ମୃତକଙ୍କ ସଂଖ୍ୟା ୩୭ ରେ ପହଂଚିଛି । ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ସରକାରଙ୍କ ତରଫରୁ ୧୦୦ ରୁ ଅଧିକ ରିଲିଫ୍ କେନ୍ଦ୍ର ଖୋଲାଯାଇଛି । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୌସୁମୀ ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଓ ଆଗାମୀ କାଲିକୁ ନଜରରେ ରଖି ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ଗୃହ, ଜଳ ସଂପଦ, ନଦୀ ବିକାଶ, ପୃଥୀବିଜ୍ଞାନ, ପର୍ଯ୍ୟଟନ, ସଡକ ପରିବହନ ମନ୍ତ୍ରଣାଳୟର ସଚିବମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.