ଜୟଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଶାନ୍ତି ନଗରପଡ଼ା ଚାମ୍ପିଅନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ୟୁପିସ୍କୁଲ ପାର୍ଶ୍ୱସ୍ଥ ପଡିଆରେ ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଦୁଇଦିନ ଧରି ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ସର୍ଗିଗୁଡାର ସିନିଅର ଓ ଜୁନିୟର, ଡିଗିରାପଡ଼ା, ବାଙ୍କେଲ, ଦୋରାପଦର, କେଶପଲା ଓ ଶାନ୍ତିନଗର ପଡ଼ା ପ୍ରଭୃତି ଗ୍ରାମ ପଞ୍ଚାୟତ ଅଧିନସ୍ଥ ୮ ଗୋଟି ଟିମ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶନିବାର ଉଦ୍ଘାଟନୀ ମ୍ୟାଚ ଶାନ୍ତିନଗର ପଡ଼ା ଓ ଦୋରାପଦର ମଧ୍ୟରେ ଅନୁଷ୍ଠିତ ହୋଇଥଲା। ସେହିଭଳି ପ୍ରଥମ ସେମିଫାଇନାଲ ସର୍ଗିଗୁଡା ଓ ନର୍ଲାରୋଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ସେମି ଫାଇନାଲ ଶାନ୍ତି ନଗରପଡ଼ା ଓ ବାଙ୍କେଲ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରବିବାର ନର୍ଲାରୋଡ ଓ ଶାନ୍ତିନଗର ପଡ଼ା ମଧ୍ୟରେ ଫାଇନଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଶାନ୍ତିନଗର ପଡ଼ା ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୦୧ ରନ କରିଥିଲେ। ଜବାବରେ ନର୍ଲାରୋଡ ଏକାଦଶ ନିର୍ଦ୍ଧାରିତ ୮ ଓଭରରେ ୫ ୱିକେଟ ହରାଇ ମାତ୍ର ୭୧ ରନ ସଂଗ୍ରହ କରି ୩୦ ରନରେ ପରାଜିତ ହୋଇଥିଲେ।

Udyog Nursery
Udyogi Nursery

ଟୁର୍ଣ୍ଣାମେଣ୍ଟରେ ଶାନ୍ତିନଗର ପଡ଼ା ଚାମ୍ପିଅନ ହୋଇଥିଲା। ବିଜୟୀ ଟିମ କୁ ଟ୍ରଫି ସହ ନଗଦ ୪,୦୦୦ ଟଙ୍କା ଓ ଉପ ବିଜେତା ନର୍ଲାରୋଡକୁ ଟ୍ରଫି ସହ ତିନି ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରଯାଇଥିଲା। ପୁରସ୍କାର ବିତରଣି ଉତ୍ସବରେ ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ଯୁବନେତା ପ୍ରଦୀପ କୁମାର ନାଏକ, ସାମ୍ୱାଦିକ ଲିଙ୍ଗରାଜ ମିଶ୍ର, ନର୍ଲା ସରସ୍ବତୀ ଶିଶୁ ମନ୍ଦିରର ଆଚାର୍ଯ୍ୟ ଜୟଦେବ ପୋଢ଼, ପୂର୍ବତନ କ୍ରୀଡାବିତ ପ୍ରହଲ୍ଲାଦ ସେଠୀ, ଖୁସିରାମ ମାଝୀ, ପ୍ରମୋଦ ରାଉତ(ନିଲୁ) ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପୁରସ୍କାର ପ୍ରଦାନ କରିଥିଲେ।

ଅମ୍ପାୟର ଭାବରେ ପପୁ ମହାରଣା ଓ ଗଦାଧର ଗଉଡ ମ୍ୟାଚ ପରିଚାଳନା କରିଥିଲେ। ଗୋପି ସାମଲ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଭବାନୀ ବାଗ ସ୍କୋରବୋର୍ଡ ପରିଚାଳନା କରିଥିଲେ। ମେନ ଅଫ ଦି ମ୍ୟାଚ ଭାବରେ ଶାନ୍ତିନଗର ପଡ଼ା ଟିମର ଠାକୁର, ମ୍ୟାନ ଅଫ ଦ ସିରିଜ ଭାବରେ କଳାକାହ୍ନୁ ଓ ବେଷ୍ଟ ଭୋଲେଣ୍ଟିଅର ଭାବରେ ସର୍ଗିଗୁଡାର ସାଇ ସୁଦର୍ଶନ ମାଝୀଙ୍କୁ ଟ୍ରଫି ପ୍ରଦାନ କରଯାଇଥିଲା। ଆୟୋଜକ ଜୟଦୁର୍ଗା ସ୍ପର୍ଟିଂ କ୍ଲବର ସଦସ୍ୟ ହୃଦାନନ୍ଦ ମାଝୀ, ରବି ସେଠୀ, ବବଲୁ ନାଗ, ରଶ୍ମୀରଞ୍ଜନ ମାଝୀ, ଟଙ୍କ ନିଆଲ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.