ମହୁଲପାଟଣାରେ ଶ୍ରୀ ଗୁଣ୍ଡିଚା ଯାତ୍ରା

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମହୁଲପାଟଣା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ଶ୍ରୀ ଗୁଣ୍ଡିଚା ରଥଯାତ୍ରା। ଆଖପାଖ ଅଞ୍ଚଳର ଶହଶହ ଭକକତଙ୍କ ସମାଗମରେ ପହଣ୍ଡି ପରେ ରଥାରୂଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ପରେ ରଥଟଣା ପର୍ବ ଅନୁଷ୍ଠିତ ହୋଇ ମାଉସୀ ମନ୍ଦିରକୁ ଶ୍ରୀଜୀଉମାନେ ବିଜେ କରିଛନ୍ତି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପୂଜକ ଗିରୀଶ ଚନ୍ଦ୍ର ଦାସ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିବା ବେଳେ ଗଜପତି ରୁପେ କୁମ ପାତ୍ର ଛେରାପହଁରା କରିଥିଲେ। ରଥର ସାରଥି ଭାଉ ଅଭିରାମ ନାଏକ ଦାୟିତ୍ୱ ନେଇଥିଲେ। ମହୁଲପାଟଣା ପଞ୍ଚାୟତର ସରପଞ୍ଚ ରତନୀ ମାଝୀ ଏବଂ ସମିତି ସଭ୍ୟ ମନ ମାଝୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହି ରଥାରୂଢ ମହାପ୍ରଭୁଙ୍କୁ ଦର୍ଶନ କରି ରଥ ଟାଣିଥିଲେ। ପରିଚାଳନା କମିଟିର ସଭାପତି ଧନେଶ୍ୱର ନାଏକ, ସମ୍ପାଦକ ତ୍ରିଲୋଚନ ନାଏକ, ରାଜେନ୍ଦ୍ର ସାହୁ, ପୀତବାସ ସାହୁ, ପ୍ରକାଶ ପାତ୍ର ପ୍ରମୁଖଙ୍କ ସମେତ ଶାନ୍ତି ଶୃଙ୍ଖଳା ପାଇଁ ସ୍ଥାନୀୟ ପୋଲିସ ବାହିନୀ ମୁତୟନ ଥିଲେ। ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଆରମ୍ଭ ପରେ ପରେ ପ୍ରାୟ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇ ବିଗ୍ରହ ସ୍ଥାପନ କରି ପୂଜା ପାଇ ଆସୁଛନ୍ତି। ସେହି ଦିନ ଠାରୁ ପ୍ରତିବର୍ଷ ରଥଯାତ୍ରା ଉତ୍ସବ ପାଳିତ ହେଇଆସୁଛି। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ମନ୍ଦିର ପରିଚାଳନା ସହିତ ରଥଯାତ୍ରା ମଧ୍ୟ ଆଡମ୍ବରପୁର୍ଣ୍ଣ ଭାବେ ପାଳିତ ହେଉଥିଲା। ହେଲେ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହେଲାପରେ ପ୍ରକଳ୍ପ କର୍ତ୍ତୃପକ୍ଷ ଅବହେଳା କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ। ସରକାର ଏହି ମନ୍ଦିର ପ୍ରତି ଦୃଷ୍ଟି ଦେଇ ଦେବୋତ୍ତର ବିଭାଗ ଅଧିନକୁ ନେବାପାଇଁ ଗଣମାଧ୍ୟମ ପାଖରେ କମିଟିର ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ପ୍ରଶାସନ ଏବଂ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟାଳୟ ମୁଖିଗୁଡାର ସହଯୋଗ ହେଲେ ମନ୍ଦିର ପରିଚାଳନା ସହିତ ରଥଯାତ୍ରା ଉତ୍ସବ ମଧ୍ୟ ସୁନ୍ଦର ଭାବେ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.