ଆମେରିକାର ଆଲ୍ଫାରେଟା ସହରରେ ରଥଯାତ୍ରା 

ଓଡ଼ିଆ ବାର୍ତ୍ତା/ ଜର୍ଜିଆ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଓଡ଼ିଶା କି ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ  ଆମେରିକାର ଜର୍ଜିଆ ସ୍ଥିତ ଆଲ୍ଫାରେଟା ସହରରେ ବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ମହା ଆଡ଼ମ୍ବର ସହ ପବିତ୍ର ରଥଯାତ୍ରା ପାଳନ କରିଛନ୍ତି। ମନ୍ଦିରରକୁ ବାହାରି ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କ ଗହଣକୁ ଆସିଥିଲେ ଏବଂ ଅତି ଆନନ୍ଦ ଉଲ୍ଲାସରେ ଭକ୍ତମାନେ ମହାବାହୁଙ୍କ ପହଣ୍ଡି କରି ରଥାରୂଢ଼ କରାଇଥିଲେ। ଏହି ଅବସରରେ ଓଡ଼ିଆ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏଠାରୁ ପ୍ରକାଶିତ ବାର୍ଷିକ ଓଡ଼ିଆ ପତ୍ରିକା ନନ୍ଦିଘୋଷର ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ଏହି ପତ୍ରିକାଟିର ଇ-ସଂସ୍କରଣ ମଧ୍ୟ ଉପଲବ୍ଧ ହେଉଛି, ଯେଉଁଥିରେ ୧୪ଟି ଗପ, କବିତା ତଥା ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଉଭୟ ଓଡ଼ିଆ ଓ ଇଂରାଜୀ ଭାବରେ ସ୍ଥାନିତ ହୋଇଛି। ରଥଯାତ୍ରାର ଏହି ପବିତ୍ର ଉତ୍ସବରେ ଖାଲି ଓଡ଼ିଆ ଭକ୍ତ ନୁହନ୍ତି, ହଜାର ହଜାର ସଂଖ୍ୟକ ଅଣ-ଓଡ଼ିଆ ତଥା ସ୍ଥାନୀୟ ଭକ୍ତଗଣ ଏହି ଅବସରରେ ଯୋଗ ଦେଇ ରଥାରୂଢ଼ ଚତୁର୍ଦ୍ଧାମୂର୍ତିଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ। ରଥଟଣା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ମହା ପ୍ରସାଦ ସେବନ ସହିତ ମହାବାହୁଙ୍କ ଏହି ବାର୍ଷିକ ଉତ୍ସବ ସମାପନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.