ଶଗଡ଼ା ଉଚ୍ଚ ବିଦ୍ୟାଳୟରେ ମିନି ବିଜ୍ଞାନ କେନ୍ଦ୍ର ଉଦ୍ଘାଟିତ 

ଅନୁଷ୍ଠିତ ହେଲା ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଶଗଡାଠାରେ ମିନି ବିଜ୍ଞାନ କେନ୍ଦ୍ର ଉଦ୍ଘାଟନ ଏବଂ ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭବାନପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରି ଶବର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦୁଷ୍ମନ୍ତ ଶେଖର ପାଢ଼ୀ, ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ସନ୍ତୋଷ କୁମାର କର, ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ଷ୍ଟେମର ସଂଯୋଜକ ଜୟଦେବ ମହାନ୍ତ, ବରିଷ୍ଠ ଶିକ୍ଷକ ଶୁଭେନ୍ଦୁ ବେହେରା ପ୍ରମୁଖ ଯୋଗଦେଇ ବିଜ୍ଞାନର ପ୍ରଚାର ପ୍ରସାର କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ଭୂମିକା ଓ ବିଜ୍ଞାନର ପ୍ରୟୋଗାତ୍ମକ ଦିଗ ଉପରେ ଅଭିମତ ରଖିଥିଲେ।

Omkar Vasthu
Omkar Vasthu

ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସାହୁ ସଭାପତିତ୍ବ କରିବା ସହ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ପରେପରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାରରେ ବିଏସ୍ଆରସି ସଭାପତି ଷଷ୍ଠୀ ଝାଙ୍କର, ସମ୍ପାଦକ ଗିରିଜା ସାହୁ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ମୁଦୁଲି ମଞ୍ଚାସୀନ ଥିବାବେଳେ ସନ୍ତୋଷ କୁମାର କର ଓ ଶୁଭେନ୍ଦୁ ବେହେରା ବିଚାରକ ଭାବରେ ଉପସ୍ଥିତ ଥିଲେ। ଭବାନୀପାଟଣା ବ୍ଲକର ବିଭିନ୍ନ ବିଦ୍ୟାଳୟମାନଙ୍କରୁ ଆସିଥିବା ପ୍ରାୟ ପଚିଶ ଜଣ ଛାତ୍ରଛାତ୍ରୀ କୃତ୍ରିମ ବୁଦ୍ଧିମତ୍ତା ଶୀର୍ଷକ ଆଧାରିତ ପ୍ରସଙ୍ଗ ବିଷୟରେ ଆଲୋକପାତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କର ମାର୍ଗଦର୍ଶକ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇଥିଲେ। ପରେ ସମସ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଶୈଳେନ୍ଦ୍ର ବାବୁ, ସୁନୀଲ ନାୟକ, କୌତୁକ ରଣା, ସରୋଜ ରାଉତ, ବିଭୀଷଣ ନାଗ,ଗଜେନ୍ଦ୍ର ମାଝୀ, ମାମିନୀ ପୁଝାରୀ, ଜୟପ୍ରଦା ସେଠୀ, ଚନ୍ଦନଲତା ବେହେରା, ମଧୁସ୍ମିତା ପଣ୍ଡା, ଜ୍ୟୋତ୍ସ୍ନା ରାଣୀ ସାହୁ, ସ୍ନିଗ୍ଧା ବୁଦ୍ଧିଆ, ସୁଜାତା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.