ନିଶାଣପୁର ପଂଚାୟତରେ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ର ପଞ୍ଚାୟତ ଗୁଡିକରେ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି ପ୍ରତି ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ବିଡ଼ିଓଙ୍କମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସୋମବାର ୨୩/୯ ନର୍ଲା ବ୍ଲକ ର ନିଶାଣପୁର ଗ୍ରାମ ପଞ୍ଚାୟତ ଠାରେ ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ନର୍ଲା ଯୋଗାଣ ଅଧିକାରୀ ଶିବ ମହାନ୍ତି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ବେହେରା,ଆରଆଇ ମୁନସୀ ରାମ ମାଝୀ, ଗ୍ରାମ୍ୟ କୃଷି କର୍ମଚାରୀ ଧୃବରାଜ ଦୁର୍ଗା ,ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ, ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗୱାଡି କର୍ମି, ଗ୍ରାମ ପଞ୍ଚାୟତ କର୍ମଚାରୀ, ନିଶାଣପୁର ଜନସାଧାରଣ ଉପସ୍ଥିତ ଥିଲେ। ନିଶାଣପୁର ସରପଞ୍ଚ କୌଶଲ୍ୟା କରୁଆଁ, ନାଏବ, ସରପଞ୍ଚ ନବଘନ ଗୌଡ ଓ ସମିତି ସଦସ୍ୟା ମଞ୍ଜୁଲତା ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜନସାଧାରଣ ଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ଶିବିରରେ ୭୭ ଜଣଙ୍କ ଆପତ୍ତି ଅଭିଯୋଗ କୁ ତାଲିକାଭୁକ୍ତ କରାଯାଇଥିଲା। ଏଥି ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ଅଭିଯୋଗ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଜମି ଜମା ସଂକ୍ରାନ୍ତୀୟ ମାମଲା, କୃଷି ସମ୍ବନ୍ଧୀୟ ସମସ୍ୟା, ଥାନାରେ ରହିଥିବା କେସ, ବିଦ୍ୟୁତ ସଂଯୋଗୀ କରଣ ବିଷୟରେ ଅଭିଯୋଗ ମାନ ହୋଇଥିଲା। ସେଥି ମଧ୍ୟରୁ ୨୦ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରଯାଇଥିଲା। ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୀତେନ୍ଦ୍ର ଯୋଶୀ ଶିବିର ପରିଚାଳନା କରିଥିବା ବେଳେ ଗ୍ରାମ ପଂଚାୟତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.