ବିବାହର ପ୍ରଲୋଭନ ଦେଖାଇ ଯୁବତୀ ସହ ଶାରୀରିକ ସଂପର୍କ ପରେ ପ୍ରତାରଣା; ଆଇଆରବି ଯବାନ ଗିରଫ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଗାଡେବନ୍ଧ ପଞ୍ଚାୟତର ଜନୈକ ୨୭ ବର୍ଷୀୟା ଯୁବତୀ କେସିଙ୍ଗା ଥାନା ଅର୍ନ୍ତଗତ କୁଣ୍ଡାବନ୍ଧ ପଞ୍ଚାୟତର ପିପଲପଡା ଗାଁର ତପିମଣି ମାଝୀଙ୍କ ପୁଅ ଆଇଆରବି ୭ମ ବାଟାଲିୟନର ଯବାନ ଲଳିତ ମୋହନ ମାଝୀ (୩୧)ଙ୍କୁ ୨୦୧୯ ମସିହା ଠାରୁ ଫେସବୁକ ମାଧ୍ୟମରେ ଭଲପାଇ ଦୀର୍ଘ ୬ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା। ପରେ ଯବାନ ଜଣକ ବିବାହର ପ୍ରଲୋଭନ ଦେଖାଇ ଯୁବତୀ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ। ହେଲେ ଗତ ୫ ମାସ ତଳେ ଯବାନ ଲଳିତ ମାଝୀ ଯୁବତୀଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା କରିବା ବନ୍ଦ କରିବା ସହ ଯୁବତୀଙ୍କ ନମ୍ବରକୁ ବ୍ଳକ କରିଦେଇଥିଲେ। ଯାହାଫଳରେ ଯୁବତୀ ଜଣକ ଯବାନ ସହ ଯୋଗାଯୋଗ କରିପାରିନଥିଲେ। ହେଲେ କିଛି ଦିନ ହେଲା ଅନ୍ୟ ଏକ ନମ୍ବରରୁ ଯବାନଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରିବା ସହ କଥାବାର୍ତ୍ତା କରିଥିଲେ। ହେଲେ ଯୁବତୀ ଜଣକ ଯବାନ ଲଲିତଙ୍କୁ ବିବାହ କରିବା ପାଇଁ ବାରମ୍ବାର କହିଥିଲେ ହେଁ ସେ ବିବାହ କରିବାକୁ ରୋକ ଠୋକ ମନା କରିବା ସହିତ ତୋତେ ଓ ତୋ ପରିବାର ଲୋକଙ୍କୁ ଜୀବନରେ ମାରିଦେବି ବୋଲି କୁଆଡେ ଧମକ ମଧ୍ୟ ଦେଇଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ବିବାହ କରିବାକୁ ଯବାନ ଜଣକ ମନା କରିବାରୁ ଯୁବତୀ ଜଣକ ଗତ ୨୭ତାରିଖ ଦିନ ନର୍ଲା ଥାନାରେ ଯବାନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ନର୍ଲା ଥାନା ପୋଲିସ୍ କେସ ନଂ ୨୩୦/୨୪ରେ ଏକ ମାମଲା ରୁଜୁ କରି ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଥୁଆମୁଳ ରାମପୁରରୁ ଆଇଆରବି ଯବାନ ଲଳିତ ମୋହନ ମାଝୀଙ୍କୁ ଗିରଫ କରି ମ.ରାମପୁର ଜେଲ୍ ହାଜତକୁ ପଠାଇ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.