୨୩ତମ ପୁରୀ ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡସ୍ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ପୁରୀ: ହରିହର ନୋଡାଲ ବିଦ୍ୟାପୀଠ, ପଣସପଦା ପରିସରରେ ୨୩ତମ ପୁରୀ ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡସ୍ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉଦଯାପନୀ ସଭାରେ ମୁଖ୍ୟ ଅତିଥି ରୂପେ ଡ. କାଳୀପ୍ରସାଦ ମିଶ୍ର ( ଜାତୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ମୁଖ୍ୟ କମିଶନର, ଓଡିଶା ), ସଭାପତି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାରି , ଜିଲ୍ଲା ସମ୍ପାଦକ ମହେନ୍ଦ୍ର କୁମାର ବିଶ୍ବାଳ, ସାଂଗଠନିକ ସମ୍ପାଦକ ଦୁର୍ଗାପ୍ରସାଦ ମିଶ୍ର, ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି (ସର୍ବଭାରତୀୟ ଶିକ୍ଷକ ସଂଗଠନର କୋଷାଧ୍ୟକ୍ଷ) ,ମୁଖ୍ୟବକ୍ତା ଭାବେ ଡ. ବିଶ୍ୱଜିତ୍ ଘୋଷ (କମିଶନର ସ୍କାଉଟ୍ ଓ ଗାଇଡସ୍, ଓଡ଼ିଶା) , ବିଶିଷ୍ଟ ଅତିଥି ରୂପେ ପୁରୀ ଅତିରିକ୍ତ ଶିକ୍ଷା ଅଧିକାରୀ ମମତା ମିଶ୍ର ଓ ହିମାଂଶୁ ଭୂଷଣ ସମରଥା, ସ୍ୱତନ୍ତ୍ର ଅତିଥି ରୂପେ ଶରତ ଚନ୍ଦ୍ର ପାଇକରାୟ (ରାଜ୍ୟ ସମ୍ପାଦକ ଭାରତ ସ୍କାଉଟ୍ ଓ ଗାଇଡସ୍), ସମ୍ମାନିତ ଅତିଥି ଭାବେ ଅନାମିକା ଦାସ, ରମେଶ ଚନ୍ଦ୍ର ବଳିଆର ସିଂ ପ୍ରମୁଖ ଅତିଥି ଭାବରେ ମଞ୍ଚରେ ମଞ୍ଚାସିନ ଥିଲେ । ଉକ୍ତ ଶିବିରରେ ପୁରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୨୦୦ ରୁ ଉର୍ଦ୍ଧ୍ବ ସ୍କାଉଟ୍ ଓ ଗାଇଡସ୍ ଶିବିରାର୍ଥି ତତ୍ ସହ ସ୍କାଉଟ୍ ମାଷ୍ଟର ଓ ଗାଇଡସ୍ କ୍ୟାପଟେନ୍ ଭାବେ ୧୫୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଶିବିରାର୍ଥିମାନଙ୍କୁ ନେଇ ତ୍ରିଦିବସ ଧରି ବିଭିନ୍ନ ପ୍ରକାରର ତାଲିମ ଦେବା ସହ ପ୍ରତିଯୋଗିତା କରାଯାଇଥିଲା । ସନ୍ଧ୍ୟାରେ ଐତିହ୍ୟ ସଂସ୍କୃତି ଓ ପରମ୍ପରାକୁ ନେଇ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସରସ ଓ ସୁନ୍ଦର କରିବା ପାଇଁ ବିଜ୍ଞାନ ଶିକ୍ଷକ ଯୁଧିଷ୍ଠିର ପଲାଇଙ୍କ ସମେତ ହରିହର ନୋଡାଲ ବିଦ୍ୟାପୀଠର ସମସ୍ତ ଗୁରୁଜୀ ଓ ଗୁରୁମା ଆପ୍ରାଣ ଉଦ୍ୟମ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.