ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ସାରସମାଲ ପଞ୍ଚାୟତ ଅନ୍ତର୍ଗତ ପୁଲସଖଣ୍ଡ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଉଦ୍ଯାପିତ ହୋଇଯାଇଛି। ପ୍ରଧାନଶିକ୍ଷକ ରବିଚନ୍ଦ୍ର ବୁଡେକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣି ନାଏକ ଓ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ର ପ୍ରଥମ ବ୍ୟାଚ ର ଛାତ୍ରଛାତ୍ରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।
ପୁଲସଖଣ୍ଡ ଗ୍ରାମ ର ବିଶ୍ବମ୍ଭର ବାଗ, ଦୟା ମଲ୍ଲିକ, ଧର୍ମାନନ୍ଦ ପୋଡ, ଉପେନ୍ଦ୍ର ବାଗ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷକ ଦିଲିପ ପଧାନ ସଭା ପରିଚାଳନା କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ରବିଚନ୍ଦ୍ର ବୁଡେକ ବିବରଣୀ ପଠନ କରିଥିଲେ।
ଏହି ଅବସରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଦେବାଶିଷ ମହାକୁର ଙ୍କୁ ଶ୍ରେଷ୍ଠ ଛାତ୍ର ଓ ଲିସା ବାଗ ଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବରେ ପୁରସ୍କୃତ ହୋଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।
ଏହି ଅବସରରେ ବଡବନ୍ଧ କ୍ଲଷ୍ଟର ର ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ବିଶିକେଶନ ପୁରୁଆ ଧନ୍ୟବାଦ ଦେଇଥିଲେ ।
ପ୍ରଧାନ ଶିକ୍ଷକ ଦେବାନନ୍ଦ ନିଷାଦ, କୈଳାସ ଚନ୍ଦ୍ର ଭୋଇ, ଅଶ୍ବିନୀ ନାଏକ, ପଞ୍ଚାନନ ଭୋଇ, ନିବେଦିତା ଦାସ,ମଧୁମିତା ଅଲତିଆ ତଥା ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ଯ ସଭ୍ଯା ସହଯୋଗ କରିଥିଲେ।