କଲ୍ୟାଣ ସିଂହପୁରରେ ଯୁଗ୍ମ ଅଭିଯୋଗ ଶୁଣାଣି 

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ଏକ ଦିବସୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ନବୀନ ନାୟକଙ୍କ ଅଧକ୍ଷତାରେ ଜିଲ୍ଲା ଆରକ୍ଷୀ ଅଧିକାରୀ ସ୍ଵାତି ଏସ କୁମାର, ସିଡ଼ିଓ ଅକ୍ଷୟ କୁମାର ଖେମୁଣ୍ଡି, ଚନ୍ଦ୍ରକାନ୍ତ ମାଝି, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ମମତା ସାହୁ, ଉଦ୍ୟାନ ଉପ କୃଷି ନିଦେଶକ ଦୟାନିଧି ରାଉତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମଞ୍ଚାସିନ ରହି ସମୁଦାୟ ୪୯ ଟି ଅଭିଯୋଗ ଗ୍ରହଣ କରିଥିଲେ |ସେଥିମଧ୍ୟରୁ ୨୭ ଟି ବ୍ୟକ୍ତିଗତ ଓ ୨୨ ଟି ସାମୁହିକ ରହିଥିଲା | ଏ ଗୁଡିକ ମଧ୍ୟରୁ ବିଶେଷ କରି ଜଳ ସମସ୍ୟା, ଭତ୍ତା ସମସ୍ୟା, ରାସ୍ତା ଘାଟ ଭଳି ମୌଳିକ ଓ ଗୋଷ୍ଟି ଭିତ୍ତିକ ରହିଥିଲା | ଏ ସବୁ ସମସ୍ୟାକୁ ତୁରନ୍ତ ସମାଧାନ ନିମନ୍ତେ ଉପସ୍ଥିତ ଅଧିକାରୀ ମାନଙ୍କୁ ତାଗିତ କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦାନ କରିଥିଲେ | ଏହି ଶିବିରରେ କଲ୍ୟାଣ ସିଂହପୁର ତହସିଲଦାର ମାନସକୁମାର ମନସେଟ, ଗୋଷ୍ଠୀ ଉନ୍ନୟନ  ଅଧିକାରୀ ମନୀଷା ଦାସ ଉପସ୍ଥିତ ରହିଥିବା ବେଳେ ସହକାରୀ ଜିଲ୍ଲାପାଳ (ଗ୍ରୀଭାନ୍ସ) ସସ୍ମିତା ପଟ୍ଟନାୟକ ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.