ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମରୁ ନୁଆ ଗାଁ ରତାଲୁ ପଡାକୁ ଝିଅ ଦେଖିବାକୁ ଯାଇ ଫେରିବା ସମୟରେ କାର କେନାଲ ଭିତରେ ପଶି ଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ ରେଙ୍ଗାଲପାଲି ଗ୍ରାମ ଗ୍ରାମ ର ଲାଲଧର ରାଉତ (୮୨) ଏବଂ ପାଞ୍ଚ ବର୍ଷ ପୁଅ ମୃତ୍ୟୁ ହୋଇଥିବା ଜଣାପଡିଛି। ଜୟପାଟଣା ବ୍ଲକ ରେଙ୍ଗାଲପାଲି ଗ୍ରାମର ବଳଦେବ ରାଉତଙ୍କ ପରିବାରର ୧୧ ଜଣ ଲୋକ କଲମପୁର ବ୍ଳକର ନୂଆଗାଁକୁ ଏକ କାର ଯୋଗେ ଝିଅ ଦେଖିବା ପାଇଁ ଯାଇଥିଲେ।ହେଲେ ଫେରିବା ବେଳେ କେନାଲ ରାସ୍ତାରେ ଏକ ବାଇକ ସହ ମୁହାଁମୁହିଁ ହେବା ଫଳରେ ଗାଡି ଭାରସାମ୍ୟ ହରାଇ ଠେଲକୋମୁଣ୍ଡା ଦେଇ ଯାଇଥିବା ବାମ କେନାଲରେ ପଶି ଯାଇଥିଲା। ଦୁର୍ଘଟଣା ପରେ ପାଖ ଗାଁର ଲୋକେ ପରିବାର ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜୟପାଟଣା ଅଗ୍ନି ଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଥିବା ଶିଶୁକୁ ଉଦ୍ଧାର କରିଥିଲା ଉଦ୍ଧାର ପରେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।