ପଞ୍ଚଭୁତରେ ବିଲୀନ ହେଲା ମାଣ୍ଡେଲ ସରପଞ୍ଚଙ୍କ ପାର୍ଥିବ ଶରୀର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ବୁଧବାର ସକାଳେ ବିଶାଖାପାଟନମର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଥିଲା। ତାଙ୍କ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ବିଶାଖାପାଟନମରୁ ଜନ୍ମଭୂମି ମାଣ୍ଡେଲକୁ ଆସି ସଂଧ୍ୟା ୬.୩୦ ସମୟରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ଦୁଇ ହଜାରର ରୁ ଉର୍ଦ୍ଧ୍ୱ ଲୋକଙ୍କ ସମାବେଶ ହୋଇଥିଲା ମାଣ୍ଡେଲ ତାଙ୍କ ବାସଭବନ ଠାରେ। ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, କଂଗ୍ରେସରର ପୂର୍ବତନ ବ୍ଲକ ସଭାପତି ଦେବୀଦେବ ଶର୍ମା, ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଣ୍ଠ ଶିଳ୍ପୀ ସର୍ବେଶ୍ୱର ଭୋଇ, ଶିକ୍ଷାବିତ ରବିନ୍ଦ୍ରନାଥ ଦୋରା, ଅବସରପ୍ରାପ୍ତ ଶିକ୍ଷକ ଟିକେରାମ ଭୋଇ, ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ସମ୍ପାଦକ ହରେକୃଷ୍ଣ ଭୋଇ, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ନର୍ଲା ସରପଞ୍ଚ ତନୁଜା ହରପାଲ, ସରିଆଁ ସରପଞ୍ଚ ଓମ ପ୍ରକାଶ ଛତ୍ରିଆ, ଶିକ୍ଷାବିତ୍ତ ବଦ୍ରି ପ୍ରସାଦ ମିଶ୍ର, ହୃଷୀକେଶ ଭୋଇ, ଓଡିଆ ବାର୍ତ୍ତା ଏଡିଟର ସୁନୀଲ ଧଙ୍ଗଡାମାଝୀ, ଆଇନଜୀବି ସଞ୍ଜୟ ଧଙ୍ଗଡା ମାଝୀ, ବିଜୁ ଯୁବ ଜନତା ଦଳ ନର୍ଲା ବ୍ଲକ ସଭାପତି ବିଜୟ ଧଙ୍ଗଡା ମାଝୀ, ସାହିତ୍ୟିକ ପଦ୍ମଲୋଚନ ମିଶ୍ର, ବିଜେପିର ବରିଷ୍ଠ ନେତା ଶ୍ରୀକାନ୍ତ ହୋତା, ମନ୍ମୟ ଚାନ୍ଦ(ଜିତୁ), ସରୋଜ ବୁଦ୍ଧିଆ, ବିଷ୍ଣୁଚରଣ ବଡପଣ୍ଡା, କଳାହାଣ୍ଡି କୁଲତା ସମାଜ ଯୁବ ସଭାପତି ପ୍ରଦୀପ କୁମାର ନାଏକ, ପ୍ରତାପ ବାଗ, ସୁମନ୍ତ ପୁଝାରୀ, ପ୍ରଧ୍ୟାପକ ସୁରେଶ ନାଏକ, ଆଇନଜୀବୀ ବିଭୂତିଭୂଷଣ ବହିଦାର, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ଉତ୍କଳ ଯାଦବ ମହାସଭାର ସମ୍ପାଦକ ଗୋବିନ୍ଦ ବନଛୋର, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ, ସାଧାରଣ ସମ୍ପାଦକ ଅଜିତ କରୁଆଁ, ଉପସଭାପତି ଲିଙ୍ଗରାଜ କରୁଆଁ, ମାର୍ଗଦର୍ଶକ ଗିରିଧରୀ ଗଉଡ, ମାଣ୍ଡେଲ ଗ୍ରାମ ପଞ୍ଚାୟତର କାର୍ଯ୍ଯ ନିର୍ବାହୀ ଅଧିକାରୀ ନରହରୀ ଭୋଇ ଓ ଅନ୍ୟ ସମସ୍ତ କର୍ମଚାରୀ, ଯାଦବ ସମାଜର ଶତାଧିକ କର୍ମକର୍ତ୍ତା ଓ ସଦସ୍ୟ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଦେଇ ଶେଷ ଦର୍ଶନ କରିଥିଲେ। ସେ ବିଜେପି ଦଳର ସକ୍ରୀୟ ସଦସ୍ୟ ଥିଲେ। ଦଳ ତରଫରୁ ତାଙ୍କ ମର ଶରୀରରେ ଦଳୀୟ ପତାକା ଘୋଡେ଼ଇ ତାଙ୍କୁ ସମ୍ମାନ ଜଣାଇଥିଲେ କାର୍ଯ୍ୟକର୍ତ୍ତା ବୃନ୍ଦ।ସାମାଜିକ ରିତୀ, ନିତୀ ସମ୍ପନ୍ନ ହେବା ପରେ ମାଣ୍ଡେଲ, ପୁଜିପଦର ଓ ରେଖପୁର ଗ୍ରାମର ଶତାଧିକ ମହିଳା ପୁରୁଷ ସ୍ୱର୍ଗତ ଶ୍ରୀ ଜାଲଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ। ନର୍ଲା ଚାରିଛକ ନିକଟସ୍ଥ ଯାଦବ ଭବନକୁ ନେଇ ସ୍ୱର୍ଗତ ଶ୍ରୀ ଜାଲଙ୍କ ନିଜସ୍ୱ ଜମିରେ ଦାହ ସଂସ୍କାର କରାଯାଇଥିଲା। ତାଙ୍କର ଦୁଇ ପୁଅ ପ୍ରସୁନ ଓ ପଞ୍ଚାନନ ମୁଖାଗ୍ନି ଦେଇଥିଲେ। ହଜାର ହଜାର ସଂଖ୍ୟା ଜନ ସମାଗମରେ ପଞ୍ଚଭୂତରେ ବିଲୀନ ହେଲା ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ପାର୍ଥିବ ଶରୀର। ସମସ୍ତେ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.