ବଂଶୀ ଇନଷ୍ଟିଚୁଟ ଅଫ୍ ମେନେଜମେଣ୍ଟ ଷ୍ଟଡ଼ିଜ (ଭୀମ୍ସ) ରେ ଏକ ଦିବସୀୟ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ରାୟଗଡା ( ପଦ୍ମନ ଭତ୍ରା ): ରାୟଗଡା ଜିଲ୍ଲା ପିତାମହଲ ଗ୍ରାମ ପଞ୍ଚାୟତ ଜଗନ୍ନାଥପୁର ଠାରେ ଅବସ୍ଥିତ ବଂଶୀ ଇନଷ୍ଟିଚୁଟ ଅଫ୍ ମେନେଜମେଣ୍ଟ ଷ୍ଟଡ଼ିଜ ( ଭୀମ୍ସ ) ଶିକ୍ଷା ଅନୁଷ୍ଠାନର ଅଡିଟରୀୟମ ପ୍ରାଙ୍ଗଣରେ ମେନେଜମେଣ୍ଟ ବିଭାଗ ତରଫରୁ “ୱାଲଡ଼ ଇଣ୍ଟେକଚୁଆଲ ପ୍ରପୋର୍ଟି ରାଇଟ୍ସ ଡ଼େ” କାର୍ଯ୍ୟକ୍ରମ ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି | (ଭୀମ୍ସ ) ଶିକ୍ଷା ଅନୁଷ୍ଠାନର ଅଧକ୍ଷ ପ୍ରଫେସର କରୁଣାକର କରକରିଆଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ( ଭୀମ୍ସ ) କଲେଜର ଏକାଡେମିକ ଡାଇରେକ୍ଟର ପ୍ରଫେସର ସନତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରିତମ ଶିକ୍ଷା ଅନୁଷ୍ଠାନର ହ୍ୟୁମାନୀଟି ଆଣ୍ଡ ବେସିକ୍ସ ସାଇନ୍ସ ବିଭାଗର
ଏଚୋଓଡି ଆସିଷ୍ଟାଣ୍ଟ ପ୍ରଫେସର ସୁଶ୍ରୀ ଅରୁଣା ପାଣି ଯୋଗଦେଇଥିଲେ | ଏହି ଦିବସରେ ମୁଖ୍ୟ ବକ୍ତା ଆଜିର ଦୁନିଆରେ କପି ରାଇଟ୍ସ, ଟ୍ରେଡ ମାର୍କ ଏବଂ ପେଟେଣ୍ଟ ଆଦି ବିଷୟ ଗୁଡିକୁ ଅତି ସରଳ ଭାବେ ଉପସ୍ଥାପନା କରିଥିଲେ | ସେହିପରି ମୁଖ୍ୟ ଅତିଥି ମଧ୍ୟ “ୱାଲଡ଼ ଇଣ୍ଟେକଚୁଆଲ ପ୍ରପୋର୍ଟି ରାଇଟ୍ସ ଡ଼େ” ପାଳନର ଉଦେଶ୍ୟ, ପ୍ରୟୋଗ ଓ ଉପକାରିତା ଗୁଡିକୁ ସରଳ ଭାବେ ଉପସ୍ଥାପନା କରିଥିଲେ | ଏଥିରେ ଉପସ୍ଥିତ ଅତିଥି ଓ ମୁଖ୍ୟ ବକ୍ତାଙ୍କୁ ଅନୁଷ୍ଠାନ ତରଫରୁ ଉପ – ଢ଼ୋକନ ଓ ମାନପତ୍ର ସହ ସମ୍ମାନିତ କରଯାଇଥିଲା | କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଙ୍କ କରକମଳରୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା | କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ୧୦୦ ଜଣ ଛାତ୍ର ଛାତ୍ରୀ ଓ ୨୦ ଜଣ ଶିକ୍ଷବିତଙ୍କୁ ନେଇ ଖେଳ ଅନୁଷ୍ଠିତ ହୋଇଥିଲା | ଅନୁଷ୍ଠାନର ଆସିଷ୍ଟାଣ୍ଟ ପ୍ରଫେସର ମୋନଜ କୁମାର ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆସିଷ୍ଟାଣ୍ଟ ପ୍ରଫେସର ନବୀନ କରକରିଆ ଧନ୍ୟବାଦ ଅର୍ପଣ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.