ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟ ପାସହାର ଶତ ପ୍ରତିଶତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମଙ୍ଗଳବାର ଦିନ ସିବିଏସଇ ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଉଭୟ ଦଶମ ଏବଂ ଦ୍ବାଦଶ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ଜଣାପଡିଛି। ଦଶମରେ ପରୀକ୍ଷା ଦେଇଥିବା ସମସ୍ତ ୪୦ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଛାତ୍ରୀ ଅପର୍ଣ୍ଣା ମହାପାତ୍ର ୯୭.୨ ପ୍ରତିଶତ ରଖିବା ସହ ଜିଲା ଟସ୍ପର ହୋଇଛନ୍ତି। ସେହିପରି ତନ୍ମୟ ପଣ୍ଡା ୯୭.୦ ଓ ଆୟାଂଶୁ ପଣ୍ଡା ୯୪.୦ ପ୍ରତିଶତ ନମ୍ବର ରଖିଛନ୍ତି। ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ସମସ୍ତ ୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ସ୍କୁଲ୍ ରେ ଆୟୁଶ୍ମାନ ଅମ୍ଳାନ ପାଢୀ ୯୧.୬ ପ୍ରତିଶତ ରଖି ଟପ୍ପର, ବିଦ୍ୟାଞ୍ଜଳି ପାଣ୍ଡେ ୯୧.୨ ଦ୍ଵିତୀୟ ଓ ବିଧିତ୍ସା ମାଝୀ ୯୦.୬ ରଖି ତୃତୀୟ ହୋଇଛନ୍ତି। ସଫଳତାରେ ବିଦ୍ୟାଳୟର ଅଧ୍ଯକ୍ଷ ଦିଗନ୍ତ କୁମାର ମହାପାତ୍ର ଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ସ୍କୁଲ୍ ଷ୍ଟାଫ ଖୁସିବ୍ୟକ୍ତ କରିବା ସହ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.