କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ବେଦାନ୍ତ ମେଡିକାଲରେ ରକ୍ତଦାନ ଶିବିର

କଳାହାଣ୍ଡି,୩/୭: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ ଆନୁକୂଲ୍ୟରେ ଆଜି (ଶୁକ୍ରବାର) ଲାଞ୍ଜିଗଡ ବେଦାନ୍ତ ମେଡିକାଲଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହନ୍ତ, ବେଦାନ୍ତ ଲାଞ୍ଜିଗଡ ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ, ବାହ୍ୟସମ୍ପର୍କ ମୁଖ୍ୟ ନବଲ କିଶୋର ଶର୍ମା, ସିଏସସାର ମୁଖ୍ୟ ନିଳାନ୍ଦ୍ରୀ ଭୂଷଣ ପାଢ଼ି, ଲାଞ୍ଜିଗଡ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର,

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ, ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ, ଧରିତ୍ରୀ ଶତପତି, ବେଦାନ୍ତ ମେଡିକାଲ ମ୍ୟାନେଜର ଅମର ମହାନ୍ତି, ଥାନା କର୍ମଚାରୀ, ବେଦାନ୍ତ କର୍ମଚାରୀ, ଲାଞ୍ଜିଗଡ ପ୍ରେସକ୍ଲବ କର୍ମକର୍ତ୍ତା ଓ ବେଦାନ୍ତ ମେଡିକାଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଶିବିରରେ କୋଭିଡ କଟକଣା ଦୃଷ୍ଟିରୁ ସମସ୍ତେ ମାସ୍କ ପିନ୍ଧିଥିଲେ ଓ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ରକ୍ତଦାତା ମାନଙ୍କୁ ଜିଲ୍ଲା ପୋଲିସ ଓ ବେଦାନ୍ତ ମେଡିକାଲ ପକ୍ଷରୁ ସାନିଟାଇଜ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ୯୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଭବାନୀପାଟଣା ରକ୍ତ ଭଣ୍ଡାର ଟେକ୍ନିସିଆନ ଡମ୍ବରୁଧର ସାହୁ, କୃଷ୍ଣଚନ୍ଦ୍ର ସାହୁ, ଏ.ଚତୃଭୂଜ ଦୁବେ, ସଞ୍ଜୀବ ମହାଖୁଡ଼, ଗିରିଶ ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।ବେଦାନ୍ତ ମେଡିକାଲ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ଯୋଗଦେଇ ରକ୍ତଦାନ କରିଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.