ମାସ୍କ ଯାଞ୍ଚକୁ ଜୋରଦାର କଲା ପ୍ରଶାସନ : ୨ଦିନରେ ୨୦ହଜାରରୁ ଅଧିକ ଜୋରିମାନା ଆଦାୟ

କଳାହାଣ୍ଡି,୩/୭: ସାରା ବିଶ୍ୱ ଏବେ ମହାମାରୀର କବଳରେ ରହିଥିବାବେଳେ ମାସ୍କ ଯାଞ୍ଚକୁ ଜୋରଦାର କରିଛି ପ୍ରଶାସନ । ଗତକାଲିଠାରୁ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନାଙ୍କ ନେତୃତ୍ୱରେ ତଥା ଥାନାଧିକାରୀ ଗୋବିନ୍ଦ ମାଝୀଙ୍କ ସହଯୋଗରେ ମ.ରାମପୁର ଚାରିଛକରେ ଲଗାତାର ଭାବରେ ମାସ୍କ ଯାଞ୍ଚ କରାଯାଉଛି । ଦୁଇ ଦିନ ମଧ୍ୟରେ ୨୦ ହଜାର ଟଙ୍କା ଜୋରିମାନା ଆଦାୟ ସହିତ ଜନସାଧାରଣଙ୍କୁ ପ୍ରଶାସନ ତରଫରୁ ମାସ୍କ ପିନ୍ଧି ଘରୁ ଜରୁରୀ କାମରେ କେବଳ ବାହାରକୁ ବାହାରିବା ପାଇଁ ନିବେଦନ କରାଯାଇଛି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.