ମରଣଯନ୍ତା ପାଲଟିଛି ଭବାନୀପାଟଣା-ଛତିକୁଡ଼ା ରାସ୍ତା

କର୍ମଚାରୀଙ୍କ ଖାମଖିଆଲି ମନୋଭାବ: ନିର୍ମାଣଧୀନ କଲଭର୍ଟରେ ସତର୍କ ସୂଚନା ଫଳକ ନାହିଁ, ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ବାଇକ୍ ଆରୋହୀ

କଳାହାଣ୍ଡି/ଲାଞ୍ଜିଗଡ଼/ନର୍ଲା: କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ୬ ନଂ ରାଜ୍ୟ ରାଜପଥ ଭବାନୀପାଟଣା-ଛତିକୁଡ଼ା ରାସ୍ତା ଏବେ ମରଣଯନ୍ତା ପାଲଟିଛି।ରାସ୍ତାରେ ବ୍ୟାପକ ଖାଲଖମା ଯୋଗୁଁ ବାରମ୍ବାର ଦୁର୍ଘଟଣା ଦେଖିବାକୁ ମିଳୁଛି। ରାସ୍ତା ମରାମତି ପାଇଁ ବର୍ତ୍ତମାନ ଚୂଡାନ୍ତ ହୋଇ କାର୍ଯ୍ୟ ଆରମ୍ଭ ହୋଇ ଥିବାବେଳେ ରାସ୍ତାର କଲଭର୍ଟ କାମ ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ ଏହି କଲଭଟ୍ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ କଲଭଟ୍ ଗୁଡିକରେ ସତର୍କ ସୂଚନା ଫଳକ ଲାଗି ପାରିନାହିଁ। ଏଥିପାଇଁ ବାଇକ୍ ଗୁଡିକ ବାରମ୍ବାର କଲଭଟ୍ ରେ ଖସି ପଢୁଥିବା ଯୋଗୁଁ ଲୋକଙ୍କ ପାଇଁ ଏହା ମରଣଯନ୍ତା ପାଲଟିଛି।

Omkar Vasthu
Omkar Vasthu


ମୁଖ୍ୟ ରାସ୍ତାର ଗୋପୀନାଥପୁର ନିକଟସ୍ଥ ନିର୍ମାଣଧୀନ କଲଭର୍ଟରେ ଗୁରୁବାର ରାତିରେ ଛତିକୁଡ଼ା ଅଞ୍ଚଳର ଏକ ବାଇକ୍ ଆରୋହୀ ବାଇକ୍ ସହ ଖସିଯାଇଥିଲା। ଏନେଇ ଅଞ୍ଚଳବାସୀ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ନିର୍ମାଣଧୀନ କଲଭର୍ଟର ରାସ୍ତା ପାର୍ଶ୍ବରେ ସତର୍କ ସୂଚନା ଫଳକ ଲଗାଇବା ପାଇଁ କହିଥିଲେ। କିନ୍ତୁ ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ଗୁରୁତ୍ୱ ଦେଇନଥିଲେ। ପୁଣି ସେହି କଲଭଟ୍ରେ ଶୁକ୍ରବାର ରାତ୍ର ସାଢ଼େ ୭ ଘଣ୍ଟା ସମୟରେ ଲାଞ୍ଜିଗଡ ବ୍ଲକ ଗୁଣ୍ଡୁରି ପଞ୍ଚାୟତର ଜଣେ ବ୍ୟକ୍ତି ନିଜ ବାଇକ୍(ଓଡ଼ି୦୮ବି-୪୮୪୩)ଧରି ଦେପୁର ଠାରୁ ନିଜ ଘରକୁ ଯାଉଥିବା ବେଳେ ସେହି କଲଭର୍ଟରେ ଖସି ପଡ଼ିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଘଟଣାର ମାତ୍ର ଅଧଘଣ୍ଟା ପରେ ଭବାନୀପାଟଣା ନକଟିଗୁଡା ପଡାର ବାପୁନି ନାଏକ(୩୫)ନିଜ ହିରୋହଣ୍ଡା ପେସନପ୍ଲସ ବାଇକ୍(ଓଡି୦୮ସି-୬୦୯୮)ରେ ଶଶୁର ଘର ଛତିକୁଡ଼ା ଯାଉଥିବା ବେଳେ ସେହି କଲଭଟ୍ ରେ ଖସିପଡି ଥିଲା। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭବାନୀପାଟଣା ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡିଛି। ପ୍ରତିଦିନ ଶହ ଶହ ଭାରିଯାନ,ଟ୍ରକ, ଟ୍ୟାଙ୍କର ଓ ମାଲ ବୋଝେଇ ଗାଡି ଗୁଡିକ ଯାତାୟାତ କରୁଥିବା ବେଳେ ନିର୍ମାଣଧିନ କଲଭର୍ଟ ଗୁଡିକରେ ସତର୍କ ସୂଚନା ଫଳକ ନଥିବା ଯୋଗୁଁ ଘଟୁଥିବା ଦୁର୍ଘଟଣା କିପରି ନିୟନ୍ତ୍ରଣ ହେବ ଏନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଦୁଃଖିଶ୍ୟାମ ନାଗ (ନିଲେଶ) ଓ ନିରଞ୍ଜନ ଗଉଡ (ବୁଲୁ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.