ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲେ ବାଲେଶ୍ୱରର ସାମ୍ବାଦିକ ସଂଗଠନ 

ବାଲେଶ୍ବର,(କୃଷ୍ଣ କୁମାର ମହାନ୍ତି): ନୟାଗଡ଼ ଯଦୁପୁରରେ କାର୍ଯ୍ୟରତ ନନ୍ଦିଘୋଷ ଟିଭିର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବାଲେଶ୍ବରର ବିଭିନ୍ନ ସାମ୍ବାଦିକ ସଂଗଠନ, ଯଥା: ଉତ୍କଳ ସାମ୍ବାଦିକ ସଂଘ, ବାଲେଶ୍ଵର ପ୍ରେସ କ୍ଲବ, ଓୟୁଡବ୍ଲୁଜେ ଏବଂ ଓୟୁଜେ ପକ୍ଷରୁ ଦୃଢ଼ ନିନ୍ଦା ଓ ପ୍ରତିବାଦ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସମ୍ମୁଖରେ ବାଲେଶ୍ବରର କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ବିଭିନ୍ନ ନାରାବାଜି ଦିଆ ଯାଇଥିଲା। ଏଥିରେ ବାଲେଶ୍ବର ପ୍ରେସ କ୍ଲବ ସମ୍ପାଦକ ରଞ୍ଜନ ବାଗ, ଉତ୍କଳ ସାମ୍ବାଦିକ ସଂଘ ସଭାପତି ବ୍ରହ୍ମାନନ୍ଦ ସ୍ବାଇଁ, ଓୟୁଡବ୍ଲୁଜେ ସଭାପତି ଉଜ୍ଜ୍ବଳ କର, ଓୟୁଜେର ଉବାଚକ ମହାନ୍ତି, ‘ସକାଳ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ଅସିମ ମହାପାତ୍ର, ସାମ୍ବାଦିକ ରାଜକିଶୋର ବେହେରା, ସତ୍ୟବ୍ରତ ପ୍ରଧାନ, ରତିକାନ୍ତ ପାତ୍ର, ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି, ଗୋବିନ୍ଦ ରାଠି, ହାଇଦର ଖାନ୍, ବାସୁଦେବ ରାଉଳ, ଭବାନୀ ବେହେରା, ରବି ରଂଜନ ଦାସ, ସୁଶାନ୍ତ କୁମାର ବେହେରା, ମନୋରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ତୁରନ୍ତ ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.