ଲାଞ୍ଜିଗଡ଼: ଛତିକୁଡାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ବେହେରା ପୁଲିଆ ଠାରେ ଆଜି ଏକ ମକାଗୁଣ୍ଡ ବୋଝେଇ ଟ୍ରକ (ଏପି୧୬ଟିଜି ୧୬୪୭) ଭାରସାମ୍ୟ ହରାଇ ପୋଲର ପାଚେରୀ ଭାଙ୍ଗି ଜମି ତଳକୁ ଖସି ପଡିଛି। ତେବେ ଡ୍ରାଇଭର ଓ ହେଲ୍ପର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରକଟି ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ସିକେରକୁପା ପୁଲିସ ପହଞ୍ଚିଛି। ଅନ୍ୟପକ୍ଷରେ ମାଲ୍ ବୋଝେଇ ଟ୍ରକ ଗୁଡ଼ିକ ଓଭର ଲୋଡିଙ୍ଗ୍ ଯୋଗୁଁ ଦୁର୍ଘଟଣା ଘଟୁଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା ଲୋକେ ଭୟଭୀତ ହୋଇପଡିଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in