କଳାହାଣ୍ଡି,(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଜଗନ୍ନାଥ ମନ୍ଦିରଠାରେ କୋଭିଡ଼ ନିୟମକୁ ଦୃଷ୍ଟିରେ ରଖି ବିନା ଭକ୍ତଙ୍କ ସମାଗମରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଇଯାଇଛି। ମନ୍ଦିରର ପୁଜକ ଅଶୋକ କୁମାର ତ୍ରିପାଠୀ, ତ୍ରିଲୋଚନ ଦାଶ ପୂଜା ତଥା ନୀତିକାନ୍ତି କରିଥିବାବେଳେ କର୍ତ୍ତା ଭାବରେ ମିହିରେନ୍ଦ୍ର ପ୍ରତାପ ସିଂହଦେଓ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ସାମନ୍ତରା, କେଦାର ମହାରଣା, ପ୍ରକାଶଚନ୍ଦ୍ର ସାହୁ, ଜୟ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।