ଜାରିଙ୍ଗ ସ୍ଥିତ ନବମ ଆଇ.ଆର୍.ବି. କ୍ୟାମ୍ପ ସ୍ଥାନାନ୍ତରକୁ ବିରୋଧ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ସ୍ଥିତ ନବମ ଇଣ୍ଡିଆ ରିଜର୍ଭ ବାଟାଲିୟନ କ୍ୟାମ୍ପ ସ୍ଥାନାନ୍ତରକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ଗତିବିଧିକୁ ମୁକାବିଲା କରିବା ସହ ସ୍ଥାନୀୟ ଅଞ୍ଚଳରେ ରହିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ-୨୬ ଅନ୍ତର୍ଗତ ଜାରିଙ୍ଗ ସ୍ଥିତ ସର୍ଦ୍ଦାର ରାଜା ମେଡ଼ିକାଲ କଲେଜରେ ୯ମ ଆଇଅରବି କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା। ଏହା ହେବା ଫଳରେ ଭବାନୀପାଟଣା ଜୁନାଗଡ଼ ରାସ୍ତା ଏବଂ ଏହାର ନିକଟରେ ହେଉଥିବା ଚୋରି, ରାହାଜାନୀ, ଡକାୟତି ପରି କାର୍ଯ୍ୟ କଳାପ କମିବାରେ ଲାଗିଥିଲା। ଏଥି ସହ ଅବ୍ୟବହୃତ ମେଡ଼ିକାଲ କଲେଜ କୋଠା ବ୍ୟବହାର ହେଉଅଛି। ଅନ୍ୟ ପକ୍ଷରେ ଏକ ପୂର୍ଣ୍ଣାଙ୍ଗ କ୍ୟାମ୍ପ ହେବା ପାଇଁ ଜୁନାଗଡ଼ ତହସିଲ ପକ୍ଷରୁ ଆବଶ୍ୟକ ଜମି ମଧ୍ୟ ଯୋଗାଇ ଦିଆଯାଇଛି। ହେଲେ ଏହି କ୍ୟାମ୍ପକୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତରିତ ହେଉଥିବା ଯୋଜନା ସଂପର୍କରେ ସୂଚନା ମିଳିବା ପରେ ସ୍ଥାନୀୟ ଲୋକେ, ଜନ ପ୍ରତିନିଧି ଏବଂ ବିଭିନ୍ନ ସଂଗଠନ ତୀବ୍ର ବିରୋଧ କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କଳାହାଣ୍ଡି ଏସପି ଡ଼ଃ. ଶ୍ରବଣା ବିବେକ ଏମ୍.ଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା କଳାହାଣ୍ଡି ଏସପିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଏହାର ଏକକିତା ନକଲ ଗୃହ ସଚିବ, ଡିଜିପି, କଳାହାଣ୍ଡି ଜିଲ୍ଲାପାଳ ଏବଂ ଏସପି ଙ୍କୁ ପ୍ରଦାନ କରିଛନ୍ତି। ଛବିଲାଲ ନିଅଲଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟl କାଞ୍ଚନ ବାଗ, ବକ୍ସି ତୁଳସୀ ପାଲି ସରପଞ୍ଚ ଗଗନ ପ୍ରଧାନୀ, କେନ୍ଦୁପାଟି ସରପଞ୍ଚ ରେବତୀ ବାଗ, ନାନ୍ଦୋଳ ସରପଞ୍ଚ ମମତା କର, ତଲ ଜାରିଙ୍ଗ ସରପଞ୍ଚ କୁଞ୍ଜ ବିହାରୀ, ଏଓଏସସିଏଫ ର ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ଆଶ୍ୱିନୀ ବାଗ, ସ୍ୱାଗତିକା ବିଶ୍ବାଳଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.