ଶ୍ରେଣୀଗୃହରେ ଶିକ୍ଷାଦାନ ନିଷ୍ପତ୍ତି: ଛାତ୍ର ଆନ୍ଦୋଳନର ଆଶିଂକ ବିଜୟ

ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଚଳିତ ମାସ ୨୬ ଜୁଲାଇ ଠାରୁ ଶ୍ରେଣୀଗୃହରେ ଶିକ୍ଷାଦାନ ନିଷ୍ପତ୍ତିକୁ ଅଖିଳ ଭାରତ ଛାତ୍ରସଂଘ(ଏ.ଆଇ.ଏସ୍.ଏଫ୍) ସ୍ୱାଗତ କରିଛି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଏ.ଆଇ.ଏସ୍.ଏଫ୍ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ କୋଭିଡ୍ ସତର୍କତାର ସହ ଖୋଲିବ ପାଇଁ ରାଜ୍ୟବ୍ୟାପି ଆନ୍ଦୋଳନ କରି ମୁଖମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ଲକ୍ଷଲକ୍ଷ ଆର୍ଥକ-ସାମାଜିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ ଦୀର୍ଘ ଦୁଇବର୍ଷ ଧରି ପାଠପଢାରୁ ବଞ୍ଚିତ ହେଉଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀ ଭଳି ଅନ୍ୟ ସମସ୍ତ ଶ୍ରେଣୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେଣୁ ସରକାର ଅବିଳମ୍ୱେ ଅନ୍ୟ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢିବାର ନିର୍ଦ୍ଦେଶ ଦିଅନ୍ତୁ। ଖାଲି ପଡିଥିବା ସମସ୍ତ ପଦବୀ ପୂରଣ କରି ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ କରନ୍ତୁ। ନଚେତ୍ ଛାତ୍ରଛାତ୍ରୀଙ୍କ ଲଢେଇ ଅବ୍ୟାହତ ରହିବ ବୋଲି ଅଖିଳ ଭାରତ ଛାତ୍ରସଂଘ(AISF) ଓଡିଶା ରାଜ୍ୟ ପରିଷଦ ସଭାପତି ସଙ୍ଘମିତ୍ରା ଜେନା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.