ଡ. ଏପିଜେ ଅବଦୁଲ କଲାମଙ୍କୁ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ

ଭବାନୀପାଟଣା: ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରବାଦ ପୁରୁଷ ଡ. ଏପିଜେ ଅବଦୁଲ କଲାମଙ୍କ ତିରୋଧାନ ଦିବସରେ ଏପିଜେ ଅବଦୁଲ କଲାମ ଫାଉଣ୍ଡେସନ ଟ୍ରଷ୍ଟ କଳାହାଣ୍ଡି ପକ୍ଷରୁ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଭବାନୀପାଟଣା ଇରିଗେସନ କଲୋନୀ ସ୍ଥିତ ଶିଳ୍ପୀ ସଦନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ମୁଖ୍ୟ ଅତିଥି ଭାବେ ଡ. ସିଲି ରାଉତ, ମୁଖ୍ୟ ବକ୍ତା ଗୀତାଞ୍ଜଳି ରାଉତ, ଟ୍ରଷ୍ଟ ଉପାଧ୍ୟକ୍ଷ ସ୍ୱାଧୀନ ପାତ୍ର, ସମ୍ପାଦକ ମୁକୁନ୍ଦ ରେଡ୍ଡୀ ଉଦବୋଧନ ଦେଇଥିଲେ। ପ୍ରାରମ୍ଭରେ ଡ଼. କଲାମଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ଟ୍ରଷ୍ଟର ଉପଦେଷ୍ଟା ଦିବଂଗତ ଚନ୍ଦ୍ରଶେଖର ପଣ୍ଡା ଓ ସୁରେନ୍ଦ୍ର ତ୍ରିପାଠୀଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।

Udyog Nursery
Udyogi Nursery

ସଭା ପରିଚାଳନା ସହ ଧନ୍ୟବାଦ ଦେଇଥିଲେ ସହ ସମ୍ପାଦକ ବିରଞ୍ଚି ମୁଣ୍ଡ। ଟ୍ରଷ୍ଟର ସଦସ୍ୟ ଧନଞ୍ଜୟ ସାହୁ, ଧନଞ୍ଜୟ ପାଣିଗ୍ରାହୀ, ବିଶ୍ୱଜିତ ରାଏ, ଏମ. ନାଗେଶ୍ୱର ରାଓ ଦୋରା, ଭୃକୁଟି ଗଉଡ଼, ଭାରତ ସାହୁ, ଯୁବ ଗାଳ୍ପିକ ଡିଲେଶ୍ୱର ରଣା ପ୍ରମୁଖ ସହଯୋଗ କରିଥିଲେ। ସଭା ପରେ ପରେ ସଦନ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.