ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଘର ଘର ବୁଲି ସଚେତନ କଲେ ଆଶାକର୍ମୀ

ଲାଞ୍ଜିଗଡ଼: ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପ୍ରତି ପରିବାର ପାଖରେ ପହଞ୍ଚାଇବାକୁ ଲକ୍ଷ ରଖିଛି ସ୍ବାସ୍ଥ୍ୟ ବିଭାଗ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ଆଶା କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଥିବା ଦେଖାଯାଇଛି। ସ୍ଥାନୀୟ ଭାଷାରେ ବିଷଦ ଭାବରେ ଏହି ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି ଆଶାକର୍ମୀ। ଏହା ସହିତ ଲୋକଙ୍କୁ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ସଚେତନ ହେବା ସହିତ ସରକାରୀଙ୍କ ଏହି ମହତ୍ଵପୁର୍ଣ୍ଣ ଯୋଜନା ସମ୍ପର୍କରେ ସେମାନେ ତଥ୍ୟ ଏବଂ ସୂଚନା ପ୍ରଦାନ କରୁଛନ୍ତି।

ଲାଞ୍ଜିଗଡ଼ରୁ ଦୁଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.