● ସାର୍ଟିଫିକେଟ ଯାଞ୍ଚକୁ ନେଇ ନକଲି ଶିକ୍ଷକଙ୍କ ମଧ୍ୟରେ ଭାଳେଣୀ
ଲାଞ୍ଜିଗଡ଼: ରାଜ୍ୟ ସାରା ଚାଲିଛି ନକଲି ଶିକ୍ଷକଙ୍କୁ ଖୋଜି ବାହାର କରିବାର ଅଭିଯାନ। ସମସ୍ତ ବର୍ଗର ଶିକ୍ଷକମାନଙ୍କ ପ୍ରମାଣପତ୍ର ଯାଞ୍ଚ ଓ ଛାନଭିନ ପୁରା ମାତ୍ରାରେ ଚାଲିଛି। ଯେକୌଣସି ପ୍ରକାରେ ନକଲି ଶିକ୍ଷକମାନଙ୍କୁ ଖୋଜି ବାହାର କରିବାକୁ ଅଣ୍ଟା ଭିଡିଛି ଶିକ୍ଷା ବିଭାଗ। ତେଣୁ ସମସ୍ତ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରି ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଛି।
ତେବେ ମଙ୍ଗଳବାର (ତା. ୨୧/୯/୨୦୨୧ ରିଖ) ଠାରୁ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ ଶିକ୍ଷକମାନଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଲାଞ୍ଜିଗଡ ବିଇଓ ସଂଜୀବ କୁମାର ନାଏକ।
ଅନ୍ୟପକ୍ଷରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଅନେକ ନକଲି ଶିକ୍ଷକ ଚାକିରୀ କରୁଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ଶିକ୍ଷା ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବାରୁ ନକଲି ଶିକ୍ଷକମାନଙ୍କ ମଧ୍ୟରେ ଭାଲେଣି ପଡ଼ିଯାଇଥିବା ଜଣାପଡିଛି।
ଲାଞ୍ଜିଗଡ଼ରୁ ଦୁଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in