ବେନିପୋଖରୀ ନିକଟରେ ବାଇକ୍ ଦୁର୍ଘଟଣା: ଅଜଣା ବାଇକ୍ ଧକ୍କାରେ ଲୁନା ଚାଳକ ଗୁରୁତର

ଲାଞ୍ଜିଗଡ଼: ପୋଖରୀବନ୍ଧରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ବେନିପୋଖରୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକ୍ ଏବଂ ଲୁନା ମଧ୍ୟରେ ଧକ୍କା ହେବା ଫଳରେ ଲୁନା ଆରୋହୀ ଗୁରୁତର ଆହାତ ହୋଇଛନ୍ତି। ଆହାତ ବ୍ୟକ୍ତି ଜଣକ ବକଟପୁର ଗାଁର ଖଗେଶ୍ବର ହରିଜନ ବୋଲି ଜଣାପଡିଛି। ଆଜି ସେ କୈାଣସି କାମରେ ଆସୁଥିବା ବେଳେ ବେନିପୋଖରୀ ନିକଟରେ ଏକ ଅଜଣା ବାଇକ୍ ଧକ୍କା ଦେଇ ଚାଲିଯାଇଥିବା ବେଳେ ଘଟଣା ସ୍ଥଳରେ ବିଶ୍ଵନାଥପୁର ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି। ତେବେ ଖଗେଶ୍ବରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ ନିଲେଶଙ୍କ ରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.