କଳାହାଣ୍ଡି ବିଶ୍ୱବିଦ୍ୟାଳୟର ୨୫ତମ ପ୍ରେରଣାଦାୟୀ ବକ୍ତୃତାମାଳା “ଦୁଃଖ ଅସୀମରୁ ସସୀମ”

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନିଜର କର୍ମ ହିଁ ନିଜ ଦୁଃଖର କାରଣ।ସାଗରର ମାଡି ଆସୁଥିବା ଢେଉ ଆଗରେ ମୁଣ୍ଡପାତି ଦେଲେ ଢେଉ ଚାଲିଯାଏ। ଦୁଃଖ ସମୟରେ ଅଧର୍ଯ୍ୟ ନହୋଇ ସହିଗଲେ ସୁଖ ଫେରିଆସେ। ଦୁଃଖକୁ ସସମୀ କରିବାକୁ ହେଲେ ସମର୍ପିତ ହେବାକୁ ପଡେ। କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରେରଣାଦାୟୀ ବକ୍ତୃତାମାଳା “ଉତିଷ୍ଠତ”ର ୨୫ତମ ବକ୍ତୃତାମାଳାରେ ଆଧ୍ୟାତ୍ମିକ ଗବେଷକ ତଥା ଲେଖକ ଶ୍ରୀ ଜଗଦାନନ୍ଦଜୀ ନିମନ୍ତ୍ରିତ ବକ୍ତାଭାବେ ଯୋଗଦେଇ ଏହିପରି ମନ୍ତବ୍ୟ ରଖିଥିଲେ। ସଭାପତିତ୍ୱ ଅଭିଭାଷଣରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀ କହିଥିଲେ ଜଣେ ଦୁଃଖୀ ଲୋକ ତାଠାରୁ ଆଉ କିଏ ଅଧିକ ଦୁଃଖୀ ଭାବିଲେ ନିଜ ଦୁଃଖ ଲାଘବ ହୋଇଥାଏ, ଦୁଃଖ ଯଦି ଆସିବ ଯିବ ପୁଣି ସୁଖ ଆସିବ। ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ପିତାମ୍ବର ଭୋଇ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥଲେ। ଲଖିରାମ ମହାବିଦ୍ୟାଳୟର ଅଧ୍ୟାପକ ତଥା ସ୍ତମ୍ଭକାର ମୋହନ ଚରଣ ବିଷି ନିମନ୍ତ୍ରିତ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରତି ଶୁକ୍ରବାର ଦିନ ଆୟୋଜିତ ଧାରାବାହିକ ବ୍ୟାଖାନରେ ବିଶିଷ୍ଟ କଣ୍ଠଶିଳ୍ପୀ ଲିପ୍ସା ମହାରଣା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।ଉପକୁଳ ସଚିବ କ୍ୟାପଟେନ ଡ. ଜୟଦେବ ସାହୁଙ୍କ ଆବାହକତ୍ବରେ ବ୍ୟାଖନମାଳାର ସଂଯୋଜନା କରିଥିଲେ ସହକାରୀ ପ୍ରଫେସର ସଂଜୀବ କୁମାର ସାହୁ। ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ପ୍ରଫେସର ସରିତା ବାଗ। ବୈଷୟିକ ସହାୟତା କରିଥିଲେ ବିଷ୍ଣୁ ଚୌଧୁରୀ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଡ.ନୃପରାଜ ସାହୁ, ସଂଜୟ ପୁରୋହିତ, ସତ୍ୟ ପଟ୍ଟନାୟକ, ସତ୍ୟ ନାରାୟଣ ମୁଣ୍ଡଛିନା, ନିର୍ମଳ ନାଏକ, ଲକ୍ଷୀକାନ୍ତ ଖମାରୀ, ଜିତେନ୍ଦ୍ର ପଣ୍ଡା, ଅଇରୀ ନାଶନ ଚିନ୍ଦା, ଶ୍ରୀ ପ୍ରିୟାନନ୍ଦ, ଶ୍ରୀ ତୋଷାନନ୍ଦ ପ୍ରମୁଖ ଅନେକ ବୁଦ୍ଧିଜୀବୀ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବିଦ୍ୟାର୍ଥିମାନେ ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.