ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): ନିଜ ଚାଷ ଜମିକୁ ଯାଇଥିବା ବେଳେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ଭଳି ଏକ ଅଭାବନୀୟ ଘଟଣା ସମଗ୍ର କଲମପୁର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ପ୍ରାପ୍ତ ସୁଚନା ଅନୁସାରେ କଲମପୁର ବ୍ଲକ ଅନ୍ତର୍ଗତ କସାବାହୀ ଗ୍ରାମର ତ୍ରିପତୀ ଜାନୀ (୩୪) ସୋମବାର ସନ୍ଧ୍ୟାରେ ନିଜ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ ବର୍ଷା ହେବା ସହ ବିଜୁଳି ମାରିଥିଲା । ତ୍ରିପତୀ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଏକ ଗଛ ମୂଳକୁ ଯାଉଥିବା ବେଳେ ହଠାତ୍ ତା ଉପରେ ବଜ୍ରପାତ ହେଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳକୁ ତ୍ରିପତୀଙ୍କ ମୃତ୍ୟୁ ହେଇସାରିଥିବା ନେଇ ଚିକିତ୍ସା ଦାଇତ୍ୱରେ ଥିବା ଡ଼ାକ୍ତର ସୁଚନା ଦେଇଥିଲେ । ଆଜି (ମଙ୍ଗଳବାର) ସକାଳେ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି । ତ୍ରିପତୀ ଅତ୍ୟନ୍ତ ଗରିବ । ତା’ଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ ସନ୍ତାନମାନେ ଅସହାୟ ହେଇ ପଡିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.