ପାରମ୍ପରିକ ରୀତିନୀତି ଏବଂ ନୃତ୍ୟ ଆସର ସହ ଦିଆଲ ପର୍ବକୁ ବିଦାୟ ଦେଲେ ଡମ୍ବ ସଂପ୍ରଦାୟ

● ଭୁର୍ଟିଗଡ଼ଠାରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା

● ପଦ୍ମଥୋପା ଓ ଛତ୍ରପୁରରେ ଜମିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼: ପରଲୋକଗତ ପିତୃପୁରୁଷଙ୍କୁ ସମ୍ମାନ ଓ କୃତଜ୍ଞତା ଜ୍ଞାପନ କରିବାର ଏକ ଅନନ୍ୟ ପର୍ବ ହେଉଛି ଦିପାବଳୀ। ଆଜି ଏହା ସନାତନ ସଂସ୍କୃତିର ମହାନ ପର୍ବ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ଏହା ଡମ୍ବ ସମାଜ ଠାରୁ ଗତିଶୀଳ ହୋଇ ବିବର୍ତ୍ତନର କ୍ରମରେ ଅନ୍ୟାନ୍ୟ ସଂପ୍ରଦାୟ ଦ୍ବାରା ଗ୍ରହଣୀୟ ହୋଇଛି ବୋଲି ବିଶ୍ୱାସ କରାଯାଏ। ଆଦିମ କାଳରୁ କଳାହାଣ୍ଡି ମାଟିରେ ଜନଜାତି ଡମ୍ବ ମାନଙ୍କ ଦ୍ବାରା ପାଳିତ ହେଉଥିବା ଏହି ପାରମ୍ପାରିକ ପାର୍ବଣ ଆଜି ବି ଜିଲ୍ଲାର ଡମ୍ବ ସଂପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହେଉଛି। ସଂସ୍କୃତିର ଏହି ମହା ପାର୍ବଣର ମୈ।ଳିକତା ଧିରେ ଧିରେ ନିଷ୍ପ୍ରଭ ହୋଇଯାଉଛି। ଯାହାକୁ ବଞ୍ଚାଇ ରଖିବା ଜରୁରୀ ହୋଇପଡ଼ିଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଯାଇଛି ପାରମ୍ପରିକ ଦିଆଲ ପରବ। ଦିଆଲ ପରବକୁ ନେଇ ଲାଞ୍ଜିଗଡ଼ ବ୍ଲକର ଗ୍ରାମାଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଦିଆଲ୍ ଆରମ୍ଭ ହେବା ପୂର୍ବରୁ ‘ଉପାସ’ର ପୂର୍ବଦିନରୁ ବାଜାବାଣରେ ଗାଁ ସାହି ଦୁଲୁକି ଉଠିଥିଲା। ନାଚଗୀତରେ ଲୋକେ ମସଗୁଲ ହେବା ସହିତ ଘରେ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଦିଆଲ ପୂର୍ବ ଦିନ ଉପାସ, ଛୋଟ ଦିଆଲ୍, ବଡ଼ ଦିଆଲ୍ ପାଳନ ସହିତ ଦିଆଲ ପରବର୍ତ୍ତୀ ଦିନରେ ପାନିଗୁଦେନ୍ କାର୍ଯ୍ୟକ୍ରମ ବ୍ଲକର ଗ୍ରାମାଞ୍ଚଳରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

Omkar Vasthu
Omkar Vasthu


କଳାହାଣ୍ଡି ଜିଲ୍ଲାର ଦ୍ବିତୀୟ ଜନ ବହୁଳ ଗୋଷ୍ଠୀ ଡମ୍ ଜାତିର ଏଇ ମୁଖ୍ୟ ପର୍ବରେ ଗାଁ ଗାଁରେ ନାଚଗୀତ ଓ ଭୋଜିଭାତର ଆସର ଦେଖିବାକୁ ମିଳିଥିଲା। ପିତୃ ପୁରୁଷଙ୍କ ଉପାସନା ଓ ବନ୍ଧୁ ଶଙ୍ଖୋଳିବାର ମହନୀୟ ପରମ୍ପରା ଆଧୁନିକତାର ତାଳେତାଳେ ଆଜି ବଦଳିବାରେ ଲାଗିଥିଲେ ହେଁ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ଏହା ଆଜି ବି ଡମ୍ ଜାତିର ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି। ଏହି କ୍ରମରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଭଳି କି ଭଳି ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବ୍ଲକର ଦୁର୍ଗମ ଭୁର୍ଟିଗଡ଼ ନୂଆପଡ଼ାଠାରେ ତିନିଦିନ ବ୍ୟାପି ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଉଦଯାପନୀ ଉତ୍ସବରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା। ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ଲେଖକ ଓ ସମାଜସେବୀ ସୁଶୀଲ କୁମାର ବାଗ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଚନ୍ଦ୍ରମଣି ନାଏକ, ବିଚାରକ ଭାବେ କୁନ୍ତଳା ନାଏକ, ଧନଞ୍ଜୟ ନାଏକ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna


ଆୟୋଜକ ଜୟ ବଜରଙ୍ଗବଲୀ କମିଟିର ଦୀନବନ୍ଧୁ, ବିରଞ୍ଚି, ରାଜେଶ, ଯାଦବ, ମୋହିତଙ୍କ ସମେତ ନୂଆପଡ଼ାର ସମସ୍ତ୍ ସହଯୋଗ କରିଥିଲେ। ସେହିପରି ପଂଚାୟତ ପଦ୍ମଥୋପା ଗ୍ରାମରେ ଅନୁଷ୍ଠିତ ନ୍ରୁତ୍ୟ ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ପରୀକ୍ଷିତ ନାୟକ, ମୁଖ୍ୟବକ୍ତା ଭାବେ କଂଗ୍ରେସ ନେତା ହରିହର କୁମାର, ସମ୍ମାନିତ ଅତିଥି ଭାବେ ସର୍ବସାଧାରଣ ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଧର୍ମେଦ୍ର ପଣ୍ଡା, ସମାଜସେବୀ ବିନୋଦ ସାହୁ, ଭକ୍ତ ବାଗ, ବେନଗାଁ ସରପଞ୍ଚ ସୁକାନ୍ତି ମାଝୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟିକୁ ଗୋପାଳଦାସ ମହାନନ୍ଦ ପରିଚାଳନା କରିଥିବାବେଳେ ପ୍ରତିଯୋଗିତାରେ ୩୩ଟି ଦଳ ଭାଗ ନେଇଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ନର୍ଲା ଇନ୍ଦ୍ରମାଳ ଗୃପ, ଦ୍ୱିତୀୟ ସ୍ଥାନ ବେନଗାଁ ମା ଭୈରବୀ ଗୃପ, ତୃତୀୟ ସ୍ଥାନ ଲିଟିଲ ଜେଜେ ଗୃପ ଅକ୍ତିଆର କରିଥିଲେ। ବିଚାରକ ଭାବେ ଲିଲିମା ନାୟକ, ଶ୍ରୀଖଣ୍ଡ ଅନାଦି, ସୁରେନ୍ଦ୍ର ବେମାଲ, ମଣ୍ଟୁ ମାଝୀ ପ୍ରମୁଖ ଦାୟିତ୍ବ ତୁଲାଇଥିଲେ। ଶେଷରେ ପ୍ରତିଯୋଗିତାର ସଭାପତି ରଥ ନାୟକ ଧନ୍ୟବାଦ ଅର୍ପଣ ଦେଇଥିଲେ। ବାସୁଦେବ ନାଏକ, ଅନାଦି ନାଏକ, କଲାପ ନାଏକ, ଲିଙ୍ଗରାଜ ନାଏକ, ସୁରେନ୍ଦ୍ର ବେମାଲ, ହର ନାଏକ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଛତ୍ରପୁରଠାରେ ଅନୁଷ୍ଠିତ ସାଂସ୍କ୍ରୁତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ଯୋଗ ଦେଇଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.