ଭାରତୀୟ ମଜଦୂର ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ମଜଦୂର ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ସମସ୍ତ ଅସଙ୍ଗତିତ କ୍ଷେତ୍ରର ଶ୍ରମିକ ମାନଙ୍କୁ ପରିଚୟ ପ୍ରଦାନ କରାଯିବା ସହ ସରକାରଙ୍କ ଦ୍ଵାରା ଗଠିତ ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡକୁ ସରକାରୀ ପାଣ୍ଠି ଯୋଗାଇ ଦିଆଯାଉ ଏବଂ ସମସ୍ତ ଶ୍ରମିକ ମାନଙ୍କ ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ତଥା ଆୟୁଷ୍ମାନ ଭାରତ ଯୋଜନା ଅନୁଯାୟୀ ସ୍ମାର୍ଟ କାର୍ଡ ଯୋଗାଇ ଦିଆଯାଉ। ସେହିଭଳି ପ୍ରବାସୀ ବହୁଳ ରାଜ୍ୟ ହିସାବରେ ସମସ୍ତ ପ୍ରବାସୀ ଶ୍ରମିକ ମାନଙ୍କୁ ପଞ୍ଜିକରଣ କରାଇ ପରିଚୟ ପ୍ରଦାନ ହସ ରାସନ୍ କାର୍ଡ ମଧ୍ୟ ଯୋଗାଇ ଦିଆଯାଉ। ସମସ୍ତ ଆଶା ଓ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ କରାଯାଉ। ଏଭଳି ବିଭିନ୍ନ ଦାବି ନେଇ ଭାରତୀୟ ମଜଦୂର ସଂଘର ସମସ୍ତ ଶ୍ରମିକ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.