ମମିତା ମେହେରଙ୍କ ପ୍ରତି ଅନ୍ୟାୟ ତଥା ବିଭିନ୍ନ ସମସ୍ୟାର ପ୍ରତିବାଦରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଡିଜିଙ୍କୁ ଦାବିପତ୍ର

କଟକ: କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ବୟାଳିଶମୌଜା ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କୁ ନ୍ୟାୟ ଏବଂ ସଂପୃକ୍ତ ଘଟଣାର ଥିବା ସମସ୍ତଙ୍କୁ ଦଣ୍ଡ ପ୍ରଦାନ, ସିସିଟିଭି କ୍ୟାମେରା ସମସ୍ତ ସ୍କୁଲ କଲେଜରେ ଲଗାଯିବା, ନାରୀ ସୁରକ୍ଷା, ବେଣ୍ଟକାର ଫାଣ୍ଡିରେ ମହିଳା ଡେସ୍କ ପାଇଁ ନାରୀ ପୋଲିସ କର୍ମଚାରୀ ନିଯୁକ୍ତି ଆଦି ବହୁ ସମସ୍ୟା ନେଇ ଏକ ଦାବିପତ୍ର ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଡିଜିଙ୍କ ଉଦ୍ଦେଶ୍ୟରେ ବେଣ୍ଟକାର ଫାଣ୍ଡି ଅଧିକାରୀ ଜୟକୃଷ୍ଣ ବେହେରାଙ୍କୁ ପ୍ରଦାନ କରାଯାଇଛି । କୃଷକ ନେତା ଦେବୀପ୍ରସାଦ ପତି, ଅନିଲ ମହାପାତ୍ର, ଗାନ୍ଧୀଗୁରୁ ଦାସ, ଅଭିରାମ ଦଳାଇ, ଅସୀମ ଦାସ, ସୁରେଶ ଚନ୍ଦ୍ର ପ୍ରଧାନ, ଜ୍ଞାନ ରଞ୍ଜନ ବେଉରା, ଭାଗ୍ୟଧର ତ୍ରିପାଠୀ, ସୌମ୍ୟରଞ୍ଜନ ବେଉରା, ସାହିଲ ପ୍ରଧାନ, ଚିତ୍ତ ରଞ୍ଜନ ଲେଙ୍କା, ପ୍ରକାଶ ଭୋଇ, ରାଜଶ୍ରୀ ମିଶ୍ର, ଜୟନ୍ତୀ ସାହୁ, ସଂଯୁକ୍ତା ସାହୁ, ପଦ୍ମାବତୀ ଦାସ, ମୀରା ମାଲିକ, ସଞ୍ଜୟ ସେଠି, ଅକ୍ଷୟ ଦାସ, ସୁରେଶ ପ୍ରଧାନ,ଜ୍ଞାନ ରଞ୍ଜନ ବେଉରା, ସନ୍ତୋଷ ଭୋଇ, ସାହିଲ ପ୍ରଧାନ, ରାଜଶ୍ରୀ ମିଶ୍ର, ଜୟନ୍ତୀ ସାହୁ, ସଂଯୁକ୍ତା ସାହୁ, ପଦ୍ମାବତୀ ଦାସ, ବିଜୟ ସ୍ବାଇଁ, ସୁଜିତ୍ ଦାସ, ସଲିଳ ଦାସ, ତୋଫାନ ବିଶ୍ବାଳ, ଗକେନ୍ଦ୍ର ବେହେରା, ଅନ୍ୟାୟ ମହାପାତ୍ର, ଶରତ ଦାସ, ସମ୍ବୁ ବୌଠାଳୁ, ସଞ୍ଜୟ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଏବଂ ଶତାଧିକ ଜନତାଙ୍କ ଉପସ୍ଥିତରେ ଦାବିପତ୍ର ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.