କବିତା: ଲାଜେଇ ପ୍ରେମିକା

Omkar Vasthu
Omkar Vasthu

✒️ପ୍ରିୟବ୍ରତ ପରିଡ଼ା

ସୁଢ଼ଳ ନୟନ ଗାଲ ତୋର ନାଲି
ଓଠ ତୋ ଗୋଲାପୀ କଢ଼ି,
ତୋ ହୃଦୟର ପ୍ରେମ ବର୍ଣ୍ଣବୋଧ
ପାରିବି କି ମୁହିଁ ପଢ଼ି ??

Pearl dental clinic
Near Ashish Medical Store, Bhawanipatna

କାନରେ ଝୁମୁକା ମଥାରେ ଟିକିଲି
ସୁନ୍ଦର ତୋ କଳା କେଶ,
ବାରମ୍ବାର ହୁଏ ତୋ ପ୍ରେମେ ପାଗଳ
ଦେଖି ତୋ କୁଆଁରୀ ବେଶ ।।

Udyog Nursery
Udyogi Nursery

କଅଁଳ ସଜ୍ଜଳ ହସକୁ ଦେଖିଲେ
ଆତ୍ମା ହୁଏ ମୋର ତୃପ୍ତି,
ଲାଗୁଛି କାହିଁକି ତୁମ ବିନା ଆଉ
ନାହିଁ ମୋର ଅନ୍ୟ ଗତି ।।

ଯଉବନ ତୋର ମାଦକର ନିଶା
ପିଇବାକୁ ଇଛା ନିତି,
ଜନ୍ମ ଜନ୍ମ ପାଇଁ କରିବି ପ୍ରତିକ୍ଷା
ମୋ ପ୍ରେମର ନାହିଁ ଇତି ।।

ଚାହିଁ ବସିଛି ଲୋ ଆସିବୁ ତୁ କେବେ
ବୋହୂରାଣୀ ମୋର ସାଜି,
ପ୍ରେମ ବରଷାରେ ପହିଲି ସ୍ପର୍ଶରେ
ଯିବି ତୋ ପ୍ରେମରେ ଭିଜି ।।

ହୁଅନ୍ତା କି ଥରେ ଏମିତି ମୋ ସାଥେ
ଯାଆନ୍ତୁ ମୋ ପ୍ରେମେ ଝୁମି,
ଶରଧାରେ ତୋତେ ନେବି ମୁଁ କୋଳାଇ
ମଥାରେ ଦେବି ତୋ ଚୁମି ।।

ଯୋରନ୍ଦା, ଢ଼େଙ୍କାନାଳ
ମୋ: ୮୨୬୦୨୫୮୧୨୦

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.