କୋଟପାଡ ଦଳିତ ସମାଜ ଆନୁକୁଲ୍ୟରେ ସମ୍ବିଧାନ ଦିବସ ପାଳନ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋଟପାଡ ଦଳିତ ସମାଜ ଆନୁକୂଲ୍ୟରେ ପ୍ରଥର ଥର ପାଇଁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ୧୯୪୭ ମସିହାରେ ଭାରତ ସ୍ବାଧୀନ ହେଲା ଓ ଦେଶର ସାର୍ବଭୌମତ୍ୱ ରକ୍ଷା କରିବାସହ ଦେଶବାସୀ କିପରି ଏକତ୍ର ହୋଇ ଶୁଖ ଶାନ୍ତିରେ ରହିପାରିବେ ସେଥିପାଇଁ ଡଃ. ଭୀମରାଓ ଆମ୍ବେଦକରଙ୍କ ନେତୃତ୍ଵରେ ସ୍ବତନ୍ତ୍ରତା, ସମାନତା, ଭାତୃତ୍ବ ଓ ନ୍ୟାୟ ଉପରେ ଆଧାରିତ ଭାରତୀୟ ସମ୍ବିଧାନ ନିର୍ମାଣ କରାଗଲା, ଯାହାକୁ ସଂପୂର୍ଣ୍ଣ କରିବା ପାଇଁ ଦୀର୍ଘ ୨ ବର୍ଷ ୧୧ ମାଶ ୧୮ ଦିନର ସମୟ ଲାଗିଥିଲା। ଭାରତର ଏହି ମହାନ ପବିତ୍ର ଗ୍ରନ୍ଥ “ଭାରତୀୟ ସମ୍ବିଧାନ” ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଦେଶବାସୀଙ୍କ ଉଦେଶ୍ୟରେ ଅର୍ପଣ କରାଗଲା ତଥା ଭାରତ ସରକାରଙ୍କ ଦ୍ଵାରା ବିଶ୍ଵର ସର୍ବବୃହତ ସମ୍ବିଧାନ “ଭାରତୀୟ ସମ୍ବିଧାନ” ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖରୁ ସର୍ବ ଭାରତୀୟ ସ୍ତରରେ କାର୍ଯ୍ୟକାରୀ ହେଲା। ଏହି ପବିତ୍ର “ସମ୍ବିଧାନ” ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଓକିଲ ତଥା ସମାଜସେବୀ ପଙ୍କଜ କୁମାର ପାତ୍ର ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ଦେଶିଆ ପତ୍ରିକାର ସଂପାଦକ ରଞ୍ଜନ ମହୁରିଆ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ, ଓକିଲ ତଥା ସମାଜସେବୀ ଶ୍ରୀ ରାଜୁ ବକ୍ସି, କାଉନସିଲର ରବି ନାୟକ ଯୋଗଦେଇ ସମ୍ବିଧାନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।କୋଟପାଡ ଡମ ସମାଜର ସଭାପତି ଜଗବନ୍ଧୁ ଢଲିଆଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମ ଢଲିଆ, ବଂଶୀ, ଲାଲୁ, ଶିବ, କାଶି, ମହାଦେବ, ଦେବାନନ୍ଦ, ଭୁବନ, ଅଜୟ, ଯୋଗୀ, ଚମରୁ, ନବ ତଥା ସମାଜର ସମସ୍ତ ଯୁବକ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.