ନର୍ଲାରୋଡରେ ଶିବରାତ୍ର ପାଳନ ନେଇ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସର୍ଗିଗୁଡା ପଞ୍ଚାୟତ ଅନ୍ତର୍ଗତ ନର୍ଲାରୋଡ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ଚଳିତ ବର୍ଷ ଶିବରାତ୍ର ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନରେ ଶିବରାତ୍ର ପରିଚାଳନା କମିଟି ସଭାପତି ହମେଶ କୁମାର ଜୈନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ କୋଷାଧ୍ୟକ୍ଷ ଅମର ରାଉତ ବୈଠକର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଶିବ ମନ୍ଦିର ପରିଚାଳନା କମିଟି ସଭାପତି ଗୋବିନ୍ଦରାମ କେଡିଆ, ଶିବରାତ୍ର ପରିଚାଳନା କମିଟିର ସମ୍ପାଦକ ବିନାୟକ ମହନ୍ତ, ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳ, ଅଶୋକ ପରିଡା, ନରସିଂହ ମହାରଣା, ନନ୍ଦ କିଶୋର ଜେନା, ବିଜୟ ବୁଦ୍ଧିଆ, ଧନେଶ୍ୱର ଭୋଇ, ଚିରଞ୍ଜିବୀ ଗୌଡ଼ିଆ, ଯୁଗେଶ ପୁଟେଲ ପ୍ରମୁଖ ଉପସ୍ଥିତ ରହି କୋଭିଡ କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ଶିବରାତ୍ର ପାଳନ ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ମାର୍ଚ୍ଚ ୧ ତାରିଖ ମଙ୍ଗଳବାର ଦିନ ଶିବରାତ୍ରି ହେବାକୁ ରହିଥିବା ବେଳେ ପୂର୍ବଦିନ ଫେବ୍ରୁଆରୀ ୨୮ ସୋମବାର ଅପରାହ୍ନ ୪ ଘଣ୍ଟା ସମୟରେ କଳାସ ଯାତ୍ରା ଅନୁଷ୍ଠିତ ହେବ । ଶିବରାତ୍ର ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ନାମଯଜ୍ଞ କର୍ତ୍ତା ଭାବରେ ଅଭିରାମ ସେନାପତିଙ୍କୁ ସର୍ବସମ୍ମତି କ୍ରମେ ମନୋନୟନ କରାଯାଇଥିଲା । ଅଷ୍ଟପ୍ରହର ନାମଯଜ୍ଞରେ ଅନ୍ନଛତ୍ରର ବ୍ୟବସ୍ଥା କରାଯିବ। ଅଷ୍ଟପ୍ରହର ନାମଯଜ୍ଞ ପରିଚାଳନା ନିମନ୍ତେ ନର୍ଲାର ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିଲା । ମହାଦୀପ ଚଢେଇବା ନିମନ୍ତେ ଶିବରାତ୍ର ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ନୀଳକଣ୍ଠେଶ୍ୱର ମନ୍ଦିର ପୁଝାରୀ ନୃସିଂହ ଚରଣ ପାଢୀ ପୂଜାକାର୍ଯ୍ୟ ପରିଚାଳନା କରିବେ ବୋଲି କମିଟି ତରଫରୁ ନିଷ୍ପତି ନିଆଯାଇଥିଲା । ଶେଷରେ ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.