ଭୋଟ ବର୍ଜନ କରିବେ ସିନ୍ଧିଗୁଡ଼ା ଓ ସିରେଲପଦର ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଦେଢଶୂଳୀ ଗ୍ରାମ ପଞ୍ଚାୟତରେ ଥିବା ସିନ୍ଧିଗୁଡ଼ା ଏବଂ ସିରେଲପଦର ଗ୍ରାମବାସୀ ଏଥର ମଧ୍ୟ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ସମୟରେ ମାଣିକେରା ଗ୍ରାମପଞ୍ଚାୟତରୁ ଅଲଗା ହେଇ ନୂତନ ପଞ୍ଚାୟତ ଦେଢଶୂଳୀରେ ମିଶିଛି ଏହି ଦୁଇଟି ରାଜସ୍ୱ ଗ୍ରାମ । ସିନ୍ଧିଗୁଡ଼ାରେ ୧୯ ପରିବାରରେ ୪୬ ଭୋଟର ଥିବାବେଳେ ସିରେଲପଦରରେ ରହିଛନ୍ତି ୭ ପରିବାରରେ ୨୨ ଭୋଟର । ତେବେ ଏହି ଦୁଇଖଣ୍ଡ ଗାଁର ଲୋକଙ୍କୁ ପଞ୍ଚାୟତ ମୁଖ୍ୟାଳୟକୁ ଦୂରତା ୨୫ କିଲୋମିଟର (ମୋହନଗିରୀ ଦେଇ) ଏବଂ ମାଣିକେରା ଦେଇ ଗଲେ ପଡ଼େ ୧୮ କିଲୋମିଟର । ଉଭୟପଟେ ରାସ୍ତା ପାହାଡ଼ୀ ହେଇଥିବାବେଳେ ଜଙ୍ଗଲୀ ରାସ୍ତା ସହିତ ନାଳ ସବୁ ବି ରହିଛି । ପୂର୍ବରୁ ଥିବା ମାଣିକେରା ପଞ୍ଚାୟତଟି ଏହି ଦୁଇ ଗାଁରୁ ମାତ୍ର ଦୁଇକିଲୋମିଟର ଦୂରତା । ତେବେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ୟ ଏହି ଦୁଇଖଣ୍ଡ ଗ୍ରାମବାସୀ ଭୋଟବର୍ଜନ ନିଷ୍ପତି ସହିତ ମାଣିକେରାରେ ମିଶାଇବାକୁ ଦାବୀ କରିଥିଲେ ଏବଂ ଚଳିତଥର ମଧ୍ୟ ସେହି ସମାନ ଦାବୀ ରଖିଛନ୍ତି । ଚଳିତ ଥର ମଧ୍ୟ ସେହି ସମାନ ଦାବୀ କରି ଚଳିତ ମାସ ଆଠ ତାରିଖରେ ଦୁଇଖଣ୍ଡ ଗ୍ରାମର ଅଧିବାସୀ ନିଜର ଦାବୀପତ୍ର ମ.ରାମପୁର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କଳାହାଣ୍ଡି ଜିଲ୍ଳାପାଳ ଏବଂ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି । ଏଥିସହିତ ଯେତେଦିନ ଯାଏଁ ଏହି ଦୁଇଖଣ୍ଡ ଗ୍ରାମବାସୀଙ୍କୁ ମାଣିକେରା ଗ୍ରାମ ପଞ୍ଚାୟତରେ ମିଶା ନହେଇଛି ସେତେଦିନ ଯାଏଁ ଭୋଟ ବର୍ଜନ କରିବେ ବୋଲି ସାନନ୍ଦ ସାହୁ, ସତନା ପୁଟା, ବନସିଂ ପୁଟା, ପୁରନ୍ଦର ପାତ୍ର, ଚୈତନ୍ୟ ମାଝୀ, ଭକ୍ତ ପନ୍ଦର, ଶ୍ରୀରାମ ପୁଟା, ମାଲାବତୀ ପୁଟା, ଅନୂଛୟା ପାତ୍ର, ଯମୁନା ପାତ୍ର, ଉଜୁଲୀ ପାତ୍ର, ହରିପ୍ରିୟା ସା, ଶାନ୍ତି ନାଗ, ରୁକ୍ମିଣି ପାତ୍ର, ତୁଳାବତୀ ପାତ୍ର, ପ୍ରେମ ପୁଟା, ସୀତା ପୁଟା, ସୁମିତ୍ରା ପୁଟା, ରିଙ୍କି ପାତ୍ର, ଅମ୍ବିକା ପାତ୍ର ପ୍ରମୁଖ ମତ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.