ପ୍ରେସ୍ ୟୁନିୟନ୍ ରାୟଗଡା ଡିଷ୍ଟ୍ରିକ୍ ପକ୍ଷରୁ ମାତୃପିତୃ ପୂଜନ ଦିବସ

● ଶକ୍ତି ବରିଷ୍ଠ ନାଗରିକ ଗୃହର ୩୦ଜଣ ଅନ୍ତେବାସୀଙ୍କୁ ବସ୍ତ୍ର ବଂଟନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପ୍ରେସ୍ ୟୁନିୟନ ରାୟଗଡା ଡିଷ୍ଟ୍ରିକ୍ ତରଫରୁ ଫେବୃଆରୀ ୧୪ତାରିଖରେ ଆଜି ମାତୃପିତୃ ପୂଜନ ଦିବସ ରାୟଗଡା ସହରର ହାଉସିଂବୋର୍ଡ କଲୋନୀ ସ୍ଥିତ ଶକ୍ତି ଅନୁଷ୍ଠାନର ବରିଷ୍ଠ ନାଗରିକ ଗୃହର ୨୫ଜଣ ଅନ୍ତେବାସୀଙ୍କ ମଧ୍ୟରେ ପାଳିତ କରାଯାଇଥିଲା । ଏହି ଗୃହରେ ଅନ୍ତେବାସୀ ଭାବେ ରହୁଥିବା ୧୫ଜଣ ବୃଦ୍ଧାଙ୍କୁ ଶାଢୀ ଏବଂ ୧୦ଜଣ ବୃଦ୍ଧଙ୍କୁ ଲୁଙ୍ଗି, ଟାୱାଲ ବଂଟନ କରାଯାଇଥିବା ବେଳେ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ପ୍ରେସ ୟୁନିୟନ ରାୟଗଡା ଡିଷ୍ଟ୍ରିକ୍‌’ର ସଭାପତି ସୁବାଷ ଚନ୍ଦ୍ର ସୂର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଠା ଶିବ ନାରାୟଣ ଗଉଡ, ଉପସଭାପତି ଆଲାରାମ ଭତ୍ରା, ଶ୍ରୀନିବାସ ମହାପାତ୍ର, ସାଧାରଣ ସଂପାଦକ ବିଜୟ କୁମାର ମହାରଣା ପ୍ରମୁଖ ମଂଚାସୀନ ହୋଇଥିଲେ । ସଭାପତି ଶ୍ରୀ ସୂର୍ଯ୍ୟ ବରିଷ୍ଠ ନାଗରିକ ଗୃହର ଅନ୍ତେବାସୀମାନଙ୍କ ଠାରୁ ଆର୍ଶିବାଦ ଭିକ୍ଷା କରି ଆଗାମୀ ଦିନଗୁଡିକରେ ସେମାନଙ୍କୁ ସାହାର୍ଯ୍ୟ କରିବାର ସୁଯୋଗ ଦେବା ପାଇଁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହିପରି ସଂଘର ଉପଦେଷ୍ଠା ଶ୍ରୀ ଗଉଡ ମଧ୍ୟ ବରିଷ୍ଠ ନାଗରିକଙ୍କ ଆର୍ଶିବାଦ ସମସ୍ତଙ୍କୁ ବରଦାନ ସଦୃଶ ହୋଇଥାଏ ବୋଲି କହିଥିଲେ ।

ଫେବୃଆରୀ ୧୪ତାରିଖକୁ ଆଜିର ଯୁବପିଢୀମାନେ ବାହାର ଦେଶର ସଂସ୍କୃତିକୁ ଆଦରି ନେଇ ଭେଲେନଟାଇନ ଡେ’ଭଳି ଦିବସ ପାଳନ କରୁଥିବା ବେଳେ ପ୍ରେସ ୟୁନିୟନ ରାୟଗଡା ଡିଷ୍ଟିକ’ର କାର୍ଯ୍ୟକର୍ତା ତଥା ସାମ୍ବାଦିକ ବନ୍ଧୁମାନେ ବରିଷ୍ଠ ନାଗରିକଙ୍କ ଗହଣରେ ମାତୃପିତୃ ପୂଜନ ଦିବସ ପାଳନ କରୁଥିବାରୁ ଅନ୍ତେବାସୀଙ୍କ ସମେତ ବରିଷ୍ଠ ନାଗରିକ ଗୃହର ପରିଚାଳକ ସଂଗ୍ରାମ ପଟ୍ଟନାୟକ ସଂଘର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଂଗଠନିକ ସଂପାଦକ କମଳଲୋଚନ ଆମାରାପୁ, କୋଷାଧ୍ୟକ୍ଷ ଉଦୟ କିରଣ, ସଭ୍ୟ ଲୋକନାଥ ପାଳ,ରାଜ କୁମାର ଲିମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ନବୀନ ସାହୁ, ଅମଜଦ୍ ଅଲ୍ଳି, ସ୍ମୃତିରଂଜନ ମହାନ୍ତି, ତୁଷାର ରଂଜନ ସାହୁ, ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ନାଗରିକ ଗୃହର ଗୁଣନିଧି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.